
ପଟ୍ଟାମୁଣ୍ଡାଇ ୬/୧୨ -ପଟ୍ଟାମୁଣ୍ଡାଇ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଭି ଆର ଆମ୍ବେଦକରଙ୍କ ୭୦ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରହିତ୍ୟରେ ସ୍ଥାନୀୟ ବାଇପାସ ଠାରେ ଆୟୋଜିତ ସ୍ମୃତି ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଅଶୋକ ରାଉତ, ଆଦର୍ଶ ଥାନା ଅଧିକାରୀଣୀ ବନ୍ଦନା ପାତ୍ର ସଂଖ୍ୟାଲଘୁ ସେଲରୁ ରିଜଓାନ ବେଗମ ପ୍ରମୁଖ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ବାଇପାସ ଛକ ଠାରେ ଥିବା ଆମ୍ବେଦକର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଅତିଥିମାନେ ଆମ୍ବେଦକରଙ୍କ ପ୍ରତିଭାଦୀପ୍ତ ପ୍ରଜ୍ଞାର ତୁଳନା ନାହିଁ ବୋଲି କହିବା ସହ ଦେଶପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଡଃ ଆମ୍ବେଦକରଙ୍କ ଜୀବନାଦର୍ଶ ଓ ତାଙ୍କ ଅଧ୍ୟକ୍ଷତାରେ ପ୍ରଣିତ ସମ୍ବିଧାନ ଦ୍ୱାରା ଦେଶବାସୀଙ୍କର ମଙ୍ଗଳ ପାଇଁ ଅଭିପ୍ରେତ ବୋଲି ସେମାନେ ପ୍ରକାଶ କରିଥିଲେ। ସ୍ମୃତି ସଂସଦ ସମ୍ପାଦକ ଗୋପୀବଲ୍ଲଭ ନାୟକ ସ୍ୱାଗତଭାଷଣ ସହ ବିବରଣୀ ପାଠ କରିଥିଲେ ।

ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ପ୍ରଫେସର ଦୁର୍ଯ୍ୟଧନ ପରିଡା,ଆଇନଜୀବୀ ପ୍ରମୋଦ ସାହୁ କାଉନସିଲର ସୁବାଷ ମଲିକ,ବସନ୍ତ ପଣ୍ଡା, ଖଗେଶ୍ୱର ମଲିକ, ରବୀନ୍ଦ୍ର ପାତ୍ର, ପ୍ରଶାନ୍ତ ସୁତାର, ଦଶରଥ ମଲିକ, ସନ୍ତୋଷ ଦାସ, ରବୀନ୍ଦ୍ର ସାହୁ, କୃପାସିନ୍ଧୁ ନାୟକ, ଜାକିର ହୁସେନ ଅମରୁଲ ଏମ ବଦାନୀ, ପ୍ରଶାନ୍ତ ସ୍ୱାଇଁ ଓ ରବୀନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ କୁଂଜବିହାରୀ ମଲିକ ଧନ୍ୟବାଦ ଦେଇଥିଲେ ।
