ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ବିଂଶତମ ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୧୯ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା.ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରାକ୍ତନ ପ୍ରଫେସର ଡା. ହିମାଂଶୁ ରାଜଗୁରୁଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ଓସ୍ତପୁର ଭଳି ଏକ ନିପଟ ମଫସଲରେ ୨୦ବର୍ଷ ତଳେ ଏକ ମହତ ଉଦେଶ୍ୟରେ ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଚକ୍ଷୁ ଚିକିତ୍ସାର ସେବା ଯୋଗାଇଦେବା କେବଳ ବିମଳବାବୁଙ୍କ ଭଳି ସମାଜସେବୀଙ୍କ ଦ୍ୱାରା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଡାକ୍ତର ତ୍ରିପାଠୀଙ୍କ ମା’ ବସନ୍ତ କୁମାରୀଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ଏହି ଚିକିତ୍ସାଳୟରେ ଏହା ମଧ୍ୟରେ ୨୨ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଇଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ୨୦ବର୍ଷ ଅତିକ୍ରମ କରିଥିବା ଏହି ଚିକିତ୍ସାଳୟରେ ଚକ୍ଷୁ ଅସ୍ର୍ତ୍ରୋପ୍ରଚାର ପାଇଁ ସୁଦୂର କଟକ ଓ ଭୁବନେଶ୍ୱର ଭଳି ସହରକୁ ଯାଇପାରୁନଥିବା ଗରୀବ ଅସହାୟ ଲୋକମାନଙ୍କ ଚକ୍ଷୁରେ ଏଠାରେ ଅସ୍ର୍ତ୍ରୋପ୍ରଚାର କରାଯାଉଛି। ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ବିମଳ ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ବୋଲି ଅତିଥିମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିକିତ୍ସାଳୟର ଡାକ୍ତର ସରୋଜ କୁମାର ତ୍ରିପାଠୀ, ସୁଦର୍ଶନ ପରିଡା, ପ୍ରଦ୍ୟୁମ୍ନ ଜେନା, ନିଳମଣୀ ତ୍ରିପାଠୀ, ସତ୍ୟବ୍ରତ ସିଂହ, ମନୋଜ ସାହୁ ଓ ରୋସ୍ନା ସାହୁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Next Post

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ରାଷ୍ଟ୍ରୀୟ ନବବର୍ଷ ପାଳନ

Thu Mar 19 , 2026
କେନ୍ଦ୍ରାପଡ଼ା,୧୯ା୩:ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କେନ୍ଦ୍ରାପଡା ନଗର ଖଣ୍ଡ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ସାନ୍ତସାହିସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ପାଳିତ ହୋଇଯାଇଛି। ନଗର ସଙ୍ଘ ଚାଳକ ବାଇଧର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ସହ ଜିଲ୍ଲା ସଙ୍ଘ ଚାଳକ ସଞ୍ଜୟ କୁମାର ପତ୍ରୀ ଯୋଗଦେଇ ବର୍ଷ ପ୍ରତିପଦା ଉତ୍ସବ ପାଳନର ଆଭିମୁଖ୍ୟ ଉପରେ ମାର୍ଗଦର୍ଶନ କରିଥିଲେ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading