ଜିଲ୍ଲାପାଳଙ୍କ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

blank
କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ମେଡିକାଲ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ଜିଲ୍ଲାପାଳ ଇଣ୍ଡୋର ଓ ଆଉଟ୍ ଡୋର ରୋଗୀ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ରେଜିଷ୍ଟର ଏବଂ ଔଷଧ ଗୁଡିକ ଯାଞ୍ଚ କରିଥିଲେ। ରୋଗୀ ମାନେ ଯେପରି ସର୍ବଦା ଉତ୍ତମ ଚିକିତ୍ସା ସେବା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ମେଡିକାଲ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

Next Post

ରାଜ୍ୟ ମହିଳା ଆୟୋଗ ସଦସ୍ୟା ତୁଳସୀ ମହିଳା କଲେଜ ପରିଦର୍ଶନ କଲେ

Tue Sep 2 , 2025
କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡାର ତୁଳସୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ,ସଦସ୍ୟାମାନଙ୍କ ସହ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଛାତ୍ରୀମନଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା ହୋଇଥିଲା। ଯେଉଁଥିରେ ଆଭ୍ୟନ୍ତରୀଣ କମିଟିର ଭୂମିକା, ଯୌନ ଉତ୍ପୀଡନ ବିଷୟକ ନିୟମାବଳୀ, ଓ ସାମଗ୍ରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading