ଗରାପୁର ଶିବାନନ୍ଦ ଆଶ୍ରମରେ ଗୁରୁପୂର୍ଣ୍ଣମା ଉତ୍ସବ ପାଳିତ

blank
କେନ୍ଦ୍ରାପଡ଼ା,୧୨ା୭ :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଗୁରୁପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃରେ ନଗର ସଂକୀର୍ତ୍ତନ କରାଯିବା ସହ ମହାପ୍ରଭୁ ଶ୍ରୀବଳଦେବଜୀଉ ଏବଂ ଶ୍ରୀଦିବ୍ୟେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଆଶ୍ରମର ପରମାଧ୍ୟକ୍ଷା ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ। ଏହାପରେ ଶ୍ରୀମା’ଙ୍କ ଅଧ୍ୟକ୍ଷତାରେ ଭଗବତ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶରତ ଚନ୍ଦ୍ର ବରାଳ ଗୁରୁବାଣୀ ପାଠ କରିଥିଲେ। ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରମପୂଜ୍ୟା ଶ୍ରୀମା’ ଆଶୀର୍ବଚ୍ଚନ ପ୍ରଦାନ କରି ଗୁରୁପୂର୍ଣ୍ଣିମାର ମହତ୍ୱ ଓ ମହର୍ଷି ବ୍ୟାସଦେବଙ୍କର ଜନ୍ମ ବୃତାନ୍ତ ତଥା ମାନବ ସମାଜକୁ ତାଙ୍କର ଅମୂଲ୍ୟ ଦିଗଦର୍ଶନ ଉପରେ ଆଲୋକପାତ କରିଥିଲେ। ଆଶ୍ରମର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ, ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଶ୍ରୀଧର ରାଉତ ପ୍ରମୁଖ ବ୍ୟାସ ପୂର୍ଣ୍ଣିମା ଏବଂ ମହର୍ଷି ବ୍ୟାସଦେବଙ୍କ ଅବଦାନ ଉପରେ ବିଶଦ ବ୍ୟାକ୍ଷା କରିଥିଲେ। ଶ୍ରୀଧର ମହାନ୍ତି ଗୁରୁଦେବଙ୍କ ଉଦେଶ୍ୟରେ ସ୍ୱଲିଖିତ କବିତା ପାଠ କରିଥିଲେ। ଶିବାନନ୍ଦ ଭଜନଗଙ୍ଗାର ସଂଗୀତ ଶିଳ୍ପୀ ସୁଶିଲ ସୁତାର ଓ ସୈାଭାଗିନୀ ମହାପାତ୍ର ଶ୍ରୀମା’ଙ୍କ ରଚିତ ଭଜନ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ଉପାଧ୍ୟକ୍ଷ ଶରତ ଚନ୍ଦ୍ର ବରାଳ, ଦ୍ରୈାପଦୀ ରାଉତ, ଶୁଭଲକ୍ଷ୍ମୀ ଦାସ, ସୁନାକର ରାଉତ, ମଞ୍ଜୁଲତା ଦାସ, ରୀତାଞ୍ଜଳୀ ନାଥ, ଗୋବର୍ଦ୍ଧନ ରାଉତ ପ୍ରମୁଖ ଗୁରୁପୂର୍ଣ୍ଣିମା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଦିପ କୁମାର ନାୟକ, ମନମୋହନ କବି, ପ୍ରମୋଦ କୁମାର ଦାସ, ରମେଶ ଚନ୍ଦ୍ର ମଲ୍ଲିକ, ସରଳା ମହାରଣାଙ୍କ ସମେତ ଗରାପୁର, କପାଳେଶ୍ୱର, ଆଳିଜଙ୍ଗା ଗ୍ରାମର ଶତାଧିକ ଶ୍ରଦ୍ଧାଳୁ, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ,ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶ୍ରୀମା’ ସମସ୍ତଙ୍କୁ ପ୍ରସାଦ ଏବଂ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିବା ବେଳେ ବ୍ରହ୍ମଚାରୀ ନୃସିଂହନାଥ ଧନ୍ୟବାଦ ଅର୍ପଣ ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Next Post

ଶିକ୍ଷାବିତ ଡ. ଅଜୟ ରାଉତଙ୍କୁ ସମ୍ବର୍ଦ୍ଧନା

Sat Jul 12 , 2025
କେନ୍ଦ୍ରାପଡ଼ା,୧୨ା୭ :କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିଭା ପୂଜା ସଂସଦ ଓ ଜିଲ୍ଲା ବୋଇତ ବନ୍ଦାଣ ସମିତିର ମିଳିତ ଆନୁକୂଲ୍ୟରେ କପାଳେଶ୍ୱର ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ଡ. ଅଜୟ କୁମାର ରାଉତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ପ୍ରାଧ୍ୟାପକ ଡ. ରାଉତ ଆମେରିକାର କେନେଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଥିଲେ। ଏହି ଉପଲକ୍ଷେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading