ସଠିକ ଓ ସ୍ୱଛ ଭୋଟର ତାଲିକା ପ୍ରକାଶନ ଉପରେ ଗୁରୁତ୍ୱାରୋପ , ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଲୋଚନା

blank

କେନ୍ଦ୍ରାପଡ଼ା,୧୯ା୫:ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଏକ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏସଆଇଆରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ, ମୃତ ଓ ଡୁପ୍ଲିକେଟ ନାମଗୁଡ଼ିକୁ ଚିହ୍ନଟ କରି ବାଦ ଦେବା। ସ୍ଥାନାନ୍ତରିତ ମତଦାତାଙ୍କ ତଥ୍ୟ ସଂଶୋଧନ କରାଯିବା ସହ ଭୋଟର ତାଲିକାର ସଠିକତା, ସ୍ୱଚ୍ଛତା ଓ ବିଶ୍ୱାସନୀୟତା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବୈଠକରେ ଭାରତୀୟ ଜନତା ପାର୍ଟିର ଉପିନ କୁମାର ରାଉତ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶିବ ପ୍ରସାଦ ଭୋଳ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଫୁଲ୍ଲ କୁମାର ଦାସ, ବିଏସପିର ସୁଧାକର ମଲ୍ଲିକ, ସିପିଆଇଏମର ଜଗତଜୀବନ ଦାସ ଏବଂ ଆମ୍ ଆଦମୀ ପାର୍ଟିର ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ସହ ଏସଆଇଆର ସମ୍ପର୍କିତ ମତାମତ ଓ ପରାମର୍ଶ ଲିଖିତ ଆକାରରେ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ। ଜିଲ୍ଲାରେ ଜୁଲାଇ ୧ ତାରିଖକୁ କ୍ୱାଲିଫାଇଙ୍ଗ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ ୨୮ ସୁଦ୍ଧା ପୋଲିଂ ଷ୍ଟେସନଗୁଡ଼ିକର ରାସନାଲାଇଜେସନ କାର୍ଯ୍ୟ ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବିଧାନସଭା ଆସନରେ ମୋଟ ୧୪୪୯ଟି ପୋଲିଂ ଷ୍ଟେସନ ରହିଥିବା ବେଳେ ୧୪୫ ଜଣ ବିଏଲଓ ସୁପରଭାଇଜର ଓ ୧୪୪୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ଅଛନ୍ତି। ମ୍ୟାପିଙ୍ଗ ଓ ଏସଆଇଆର ପ୍ରକ୍ରିୟାରେ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ, ନିର୍ବାଚନ ବିଭାଗର ଡେପୁଟି କଲେକ୍ଟର ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

Tue May 19 , 2026
କେନ୍ଦ୍ରାପଡ଼ା,୧୯ା୫:ଆସନ୍ତା ବର୍ଷା ଋତୁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ମହାକାଳପଡା ବିଧାୟକଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading