ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

blank
କେନ୍ଦ୍ରାପଡ଼ା,୧୯ା୫:ଆସନ୍ତା ବର୍ଷା ଋତୁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ମହାକାଳପଡା ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଡିଓ, ତହସିଲଦାର, କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡିକର ମରାମତି ଓ ସୁରକ୍ଷା, ଡ୍ରେନେଜ ବ୍ୟବସ୍ଥାର ସଫେଇ, ବନ୍ୟାଜଳର ନିର୍ବିଘ୍ନ ପ୍ରବାହ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ , ବର୍ଷା ପରିମାପ ଓ ଦୈନିକ ପରିସ୍ଥିତି ରିପୋର୍ଟ ପ୍ରେରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପାଣିପାଗ ସତର୍କବାଣୀ ଓ ବନ୍ୟା ବୁଲେଟିନ୍‌ର ତ୍ୱରିତ ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟାପ୍ରବଣ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ସୁରକ୍ଷିତ ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିଛନତା, ପଶୁ ଚିକିତ୍ସା ଓ କୃଷି ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ଆଶ୍ରୟସ୍ଥଳ ଗୁଡିକ ପ୍ରସ୍ତୁତ ରଖିବା ସହିତ,ପାନୀୟ ଜଳ , ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉଦ୍ଧାର ଯୋଜନା, ରାସ୍ତା ଓ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏଥିସହିତ ଓଡ୍ରାଫ, ଏନଡିଆରଏଫ ଓ ସୁରକ୍ଷା ବାହିନୀ ମୃତୟନ ପାଇଁ ପୂର୍ବ ପ୍ରସ୍ତୁତି ଏବଂ ବନ୍ୟା ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ରିଲିଫ ଟିମ ଗଠନ ଉପରେ ଆଲୋଚନା କରାଯାଇଥିଲା। ବିପର୍ଯ୍ୟୟ ସମୟରେ ବିଦ୍ୟୁତ, ଦୂରସଂଚାର, ସଡକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବାର ଶୀଘ୍ର ପୁନଃସ୍ଥାପନ ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହ ଜନପ୍ରତିନିଧି , ସ୍ୱୟଂସହାୟିକା ଗୋଷ୍ଠୀ (ଏସଏଚଜି), ବିଭିନ୍ନ ସଂଗଠନ ଓ ସିଭିଲ ସୋସାଇଟି ସହ ସମନ୍ୱୟ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା। କ୍ଷୟକ୍ଷତିର ତ୍ୱରିତ ଆକଳନ ଏବଂ ଶୀଘ୍ର ସହାୟତା ବଣ୍ଟନ ପାଇଁ ରାପିଡ ଡ୍ୟାମେଜ ଆସେସମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ବିପର୍ଯ୍ୟୟ ସମୟରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ବଣ୍ଟନ ପାଇଁ ପଲିଥିନ ସିଟ୍ ସହ ଆବଶ୍ୟକ ଆଶ୍ରୟ ସାମଗ୍ରୀ ମହଜୁଦ ରଖିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ୟା କିମ୍ବା ଅତିବୃଷ୍ଟିରେ ଜଳମଗ୍ନ ରାସ୍ତା ଓ ପୋଲଗୁଡିକୁ ଅସ୍ଥାୟୀ ବ୍ୟାରିକେଡ୍ ଓ ସତର୍କ ସୂଚନା ଫଳକ ଲଗାଇ ବନ୍ଦ କରିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସମସ୍ତ ବିଭାଗକୁ ସତର୍କ ରହିବା ସହିତ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Next Post

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଓ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଇକୋ-ଟଏଲେଟର ଫିଟୁନି ତାଲା!

Tue May 19 , 2026
ପଟ୍ଟାମୁଣ୍ଡାଇ ସହରରେ ଦିଗହରା ସ୍ୱଚ୍ଛ ଭାରତ ମିଶନ ରାସ୍ତାକଡ଼ ଓ କାନ୍ଥବାଡରେ ଝାଡା ପରିସ୍ରା କରୁଛନ୍ତି ଲୋକେ! ପଟ୍ଟାମୁଣ୍ଡାଇ ୧୮/୫ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱଚ୍ଛ ଭାରତ ମିସନ ବସ୍ତୁତଃ ଦିଗହରା ହୋଇପଡିଛି । ପଟ୍ଟାମୁଣ୍ଡାଇ ସହରକୁ ସ୍ୱଚ୍ଛ ଓ ନିର୍ମଳ ରହିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇକୋ ଟ ଏ ଲେଟରେ ଦୀର୍ଘ ଦିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading