ପଟ୍ଟାମୁଣ୍ଡାଇରେ ବନ୍ୟାଜଳ ହ୍ରାସ, ଏବେବି ବହୁ ଅଂଚଳ ଜଳବନ୍ଦି

blank

ପଟ୍ଟାମୁଣ୍ଡାଇ ୨୦/୭-ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।ବନ୍ୟା ଅଂଚଳ ଚାଷଜମି ଜଳମଗ୍ନ ରହିଛି । ହଜାର ହଜାର ଏକର ଚାଷ ଜମି (Farmland) ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା Vegetable ସମେତ ବିଭିନ୍ନ ଫସଲହାନୀ Crop damage ଘଟିଛି । ଗୃହପାଳିତ ପ୍ରାଣୀ Domestic animal ଚରିବା ପାଇଁ ଯାଉପାରୁ ନାହାଁନ୍ତି । ଗୋଖାଦ୍ୟ ଅଭାବରୁ ବନ୍ୟା ଘେରରେ ଥିବା ପଂଚାୟତର ଗୃହ ପାଳିତ ପ୍ରାଣୀଙ୍କୁ ବ୍ଲକ ପକ୍ଷରୁ ଗୋ ଖାଦ୍ୟ ବଂଟନ ବ୍ୟବସ୍ଥା କରାଯାଇଛି । ବନ୍ୟା ବିପନ୍ନ ବିଭିନ୍ନ ପଂଚାୟତର ରାସ୍ତା ଗୁଡିକ ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି ।

ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଧିରେଧିରେ କମିବାରେ ଲାଗିଛି ଶନିବାର ଅଳଭା ନିକଟରେ ଜଳସ୍ତର ପାଖାପାଖି ୧୫ ଫୁଟ ଉପରେ ରହିଛି । ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ, ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ. ଅଣ୍ଢରା, ଅମୃତମଣୋହି, ବଲୁରିଆ, ନୀଳକଣ୍ଠପୁର, ଶ୍ରୀରାମପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର, ଡାମରପୁର ଆଦି ପଂଚାୟତ ସମେତ ପୌରାଂଚଳର ୧୧ଟି ୱାର୍ଡର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ପାଣି ବହୁଥିବାରୁ ଲୋକେ ନିତ୍ୟ ବେବହାର୍ଯ୍ୟ ଜିନିଷ ସଂଗ୍ରହ କରିବାକୁ ସକ୍ଷମ ହେଉନାହାନ୍ତି। ଗୋଖାଦ୍ୟ ଅଭାବରୁ ବନ୍ୟା ଘେରରେ ଥିବା ଗୃହ ପାଳିତ ପ୍ରାଣୀଙ୍କୁ ଗୋଖାଦ୍ୟ ବଂଟନ ହୋଇଛି । ସେଥିମଧ୍ୟରୁ ବଳଭଦ୍ରପୁର ପଂଚାୟତ ପାଇଁ ୨୨କ୍ୟୁଟାଂଲ, ଡାମରପୁର ୨୬, ଶ୍ରୀରାମପୁର ପାଇଁ ୪୦, ବାଛରା ୨୦, ଅଣ୍ଢରା ୩୫, ବାଲିପାଟଣା ୩୨. ୫, ଅମୃତମଣୋହି ୨୫ ସିଂହଗାଁ ୩୭ , ବଲୁରିଆ ୨୨. ୫ , ପେଣ୍ଠପାଳ ୪୮. ୫ ,ଶାସନ ୧୫, ନୀଳକଣ୍ଠପୁର ୩୦, ଅଳପୁଆ ୪୪.୫, ତରଡ଼ିପାଳ ୩୮. ୫ କ୍ୟୁଟାଂଲ ଗୋଖାଦ୍ୟ ମଂଜୁର କରାଯାଇଛି । ବନ୍ୟା ଜଳ ହ୍ରାସ ପାଇଥିଲେ ମଧ୍ୟ ଲୋକମାନେ ଦୁର୍ଦଶା ମଧ୍ୟରେ ଅଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ଦୁଇ ହପ୍ତାହେବ ବାହ୍ୟଜଗତରୁ ବିଛିନ୍ନ ରହିଛି । ବହୁ ଗ୍ରାମ ଏବେବି ଜଳବନ୍ଦି ଭିତରେଥିବା ବେଳେ ସରକାରୀ ସହାୟତା ରିଲିଫ ମିଳିନାହିଁ । ବନ୍ୟା ଅଂଚଳର ଗରିବ ପରିବାର ଦଃଖ କଷ୍ଠରେ ରହୁଛନ୍ତି । କେଉଁଠି କେଉଁଠି କେତେକ ସାମାଜିକ ସଂଘଠନ ପହଁଚି ଶୁଖିଲାଖାଦ୍ୟ ଯୋଗାଇଛନ୍ତି । ସମ୍ପ୍ରତି ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ଅନେକ ଗ୍ରାମର ପ୍ରବେଶ ପଥରେ ଏବେବି ଆଣ୍ଠୁଏ ଉପରେ ପାଣି ଚାଲୁଥିବାରୁ ଲୋକେ ଯାତାୟତ କରିପାରୁ ନାହିଁାନ୍ତି । ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ରହିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବନ୍ୟା ଜଳରେ ବୁଡି ରହିଛି । ବନ୍ୟା ପ୍ରାୟ ୧ସପ୍ତାହ ହେବ ଲାଗି ରହିଥିବାରୁ ପରିବେଶ ଦୂଷିତ ହୋଇ ଚାରିଆଡେ ଝାଡା ବାନ୍ତି, ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ।

Next Post

ଜନମଞ୍ଚ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ, ଗୋଖାଦ୍ୟ ଓ କୁମ୍ଭୀର ସୁରକ୍ଷା ଦାବୀ

Sun Jul 20 , 2025
ପଟ୍ଟାମୁଣ୍ଡାଇ ତା ୨୦/୭- ଚଳିତ ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି ।  ଲୋକମାନେ ପ୍ରାୟ ୧ସପ୍ତାହ ଧରି ଜଳବନ୍ଦୀ ହୋଇ ଦୁର୍ଦଶା ଭୋଗ କରୁଥିବାବେଳେ ଗୃହ ପାଳିତ ପଶୁ ମାନେ ବିଲକୁ ଚାରିବାକୁ ଯାଇ ପାରୁନାହାନ୍ତି । ବନ୍ୟାଞ୍ଚଳର ଚାରିଆଡେ କୁମ୍ଭୀର ଦେଖା ଦେଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ସମ୍ପର୍କରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading