ବିଧାନସଭାରେ ପ୍ରାର୍ଥନା ଦିବସ ପ୍ରସଙ୍ଗ ଉଠାଇଲେ ବିଧାୟକ ଗଣେଶ୍ୱର

blank
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବିଗତ ୮ବର୍ଷ ଧରି ବିଶ୍ୱଶାନ୍ତି ପାଇଁ ପ୍ରତ୍ୟେକ ବର୍ଷ ଜାନୁଆରୀମାସ ପହିଲା ଦିନ ସମୂହ ପ୍ରାର୍ଥନାର ଆୟୋଜନ କରିଆସୁଛନ୍ତି। ସମଗ୍ର ବିଶ୍ୱରେ ଆଶାନ୍ତି ବ୍ୟାପୁଥିବାରୁ ଧର୍ମ,ମତ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଭିତରେ ସୈାହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଓ ବାତାବରଣ ସୃଷ୍ଟି କରିବା ଉଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ଘଣ୍ଟାଟିଏ ପାଇଁ ନିଜ ନିଜର ଇଷ୍ଟଦେବଙ୍କୁ ପ୍ରାର୍ଥନା କରିବାକୁ ଶ୍ରୀମା ଆହ୍ୱାନ ଦେଇଥିବା ବେଳେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗ ଓଡିଶା ବିଧାନସଭାରେ ଉଠାଇଛନ୍ତି। ସମଗ୍ର ମାନବଜାତି ପାଇଁ ଶ୍ରୀମା ଏହି ଉଦ୍ୟମ ଓଡିଶାରେ ଆରମ୍ଭ କରିଥିବାରୁ ଓଡିଶା ସରକାର ଏହାକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରି ଜାନୁଆରୀମାସ ୧ତାରିଖରେ ସମୂହ ପ୍ରାର୍ଥନା ପାଇଁ ଉଦ୍ୟମ କରନ୍ତୁ ବୋଲି ବିଧାୟକ ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହାବ୍ୟତିତ ଏହି ଦିନକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ଘୋଷଣା କରିବା ନିମନ୍ତେ ଉପଯୁକ୍ତ ଫୋରମରେ ପ୍ରସ୍ତାବ ରଖିବାକୁ ବିଧାୟକ ଶ୍ରୀ ବେହେରା ବାଚସ୍ପତିଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀମା’ଙ୍କ ଉଦ୍ୟମ ତଥା ନେତୃତ୍ୱରେ ଜାନୁଆରୀମାସ ୧ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା,ବ୍ଲକ ଓ ସହର ସମେତ ଦେଶର ବିଭିନ୍ନ ସହରରେ ସମୂହ ପ୍ରାର୍ଥନା ଆୟୋଜିତ ହୋଇ ଆସୁଅଛି। ବିଧାୟକ ଶ୍ରୀ ବେହେରା ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ଥିବାରୁ ଶ୍ରୀମା ଏଥିନିମନ୍ତେ ତାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

Next Post

ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା କନ୍‌ଭେନସନ

Sat Dec 6 , 2025
କେନ୍ଦ୍ରାପଡା,୬ା୧୨: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନଭେନସନ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ କନଭେନସନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ବିଭିନ୍ନ ସମସ୍ୟା ଉପରେ ଆଲୋଚନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading