ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ,କଳ୍କୀ ଅବତାରଙ୍କ‌‌ ବ୍ରହ୍ମଏକାକ୍ଷର ମେଳା

blank
ପଟ୍ଟାମୁଣ୍ଡାଇ୧୮/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ  ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବ୍ରହ୍ମ ଏକାକ୍ଷର ମେଳା ଅନୁଷ୍ଠିତ ହୋଇ ଯାଇଛି । ପିଠାଧୀଶ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ସେବକ ରତିକାନ୍ତ ଧଳ, ଗଗନ ମହାଳିକଙ୍କ ତତ୍ୱାବଧାନରେ ଆୟୋଜିତ ମେଳା ରେ  ମଧୁସୂଦନ ସାହୁ, କବିତା ସାହୁ କର୍ତ୍ତା ଭାବେ ସମସ୍ତ ପୂଜାଵିଧି ସମ୍ପନ୍ନ କରିଥିଲେ I ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମେଳାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗଦେଇ ପୂଜାର୍ଚନା  କରିଥିଲେ । ଏଇ ଅବସରରେ  ଆୟୋଜିତ ମେଳାରେ  ବିଚିତ୍ରାନନ୍ଦ ବେହେରା ନିରଞ୍ଜନ ଧଳ  କିଶୋର ରାଉତ, ସୁକାନ୍ତ ରାଉତ, ଘନଶ୍ୟାମ ମଳିକ, କୁଳମଣି ଧଳ ସୁବାସ ନାୟକ, ନିରଞ୍ଜନ ନାୟକ, ପଦ୍ମନାଭ ନାୟକ ନରେନ୍ଦ୍ର ଧଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

Sun Oct 19 , 2025
ପଟ୍ଟାମୁଣ୍ଡାଇ ୧୯/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ତତ୍ୱାବଧାନରେ ରବିିବାର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୁଣା ବାଇପାସ ଛକ ଠାରେ ଏକ ସାଧାରଣ ସଚେତନତା ସଭା ଆୟୋଜନ କରାଯାଇଥିଲା । ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସାଇବର ଅପରାଧ ସଚେତନତା ରଥରେ ନୃତ୍ୟ ଓ ଗୀତ ମାଧ୍ୟମରେ ସାଇବର ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading