ଚୋରାମଦ ସମେତ କଫ ସିରପ ଜବତ,୪ଗିରଫ

blank
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଆଠବାଟିଆ ଗ୍ରାମର ଶିବ ପ୍ରସାଦ ନାୟକ ଓ ବାଘଡିଆ ଗ୍ରାମର ସିଲୁ ପ୍ରସାଦ ନାୟକଙ୍କ ଠାରୁ ବହୁପରିମାନର କଫ୍ ସିରପ୍‌, ତୋଷିଆବେଲାରି ଗ୍ରାମର ରବୀନ୍ଦ୍ର ମାହାକୁଡଙ୍କ ଠାରୁ ଦେଶୀ ରନ୍ଧା ଚୋରାମଦ ଓ ଅମ୍ଭାବେଲାରୀ ଗ୍ରାମର ଜୀବୀନ୍ଦ ଜ୍ଞାନଙ୍କ ଠାରୁ ଗୁଡ ପୋଚ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୯.୭ ଲିଟର କଫ ସିରପ୍ ଏବଂ ୩୫୭୦ ଲିଟର ଦେଶୀ ରନ୍ଧା ଓ ଗୁଡ ପୋଚ ଚୋରାମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Next Post

ଗୀତା ଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Tue Dec 9 , 2025
ପଟ୍ଟାମୁଣ୍ଡାଇ ୮/୧୨ -ପଟ୍ଟାମୁଣ୍ଡାଇ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଆନୁକୂଲ୍ୟରେ ପବିତ୍ର ଗୀତା ଜ୍ଞାନ ଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୀତା ଜ୍ଞାନ ଯଜ୍ଞ ଚଳିତ ମାସ ୧୬ ରୁ ୧୮ ପର୍ଯ୍ୟନ୍ତ ତିନିଦିନ ଧରି ବିଶ୍ୱର କଲ୍ୟାଣ ନିମନ୍ତେ ସ୍ଥାନୀୟ ଧ୍ୟାନ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading