
ଭୁବନେଶ୍ୱର, :ଭାଜପା ସରକାର ଠିକ୍ ଭାବେ ଶାସନ ଚଳାଇବା ଜାଣିନାହାନ୍ତି। ସରକାର ପ୍ରତିହିଂସା ପରାୟଣ ହେଉଛନ୍ତି। ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଏଥିରେ କଂଗ୍ରେସ ସଦସ୍ୟ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି। ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ, ତାହା କିନ୍ତୁ ସମ୍ଭବ ନୁହେଁ । ଏବେ ଯେମିତି ପୋଲିସ ଛାଉଣୀ ହୋଇଛି, ଲାଗୁଛି ରୁଷ ଯୁକ୍ରେନ ଲଢେଇ ଚାଲିଛି। ଶାନ୍ତିପ୍ରିୟ ରାଜ୍ୟକୁ ଅଶାନ୍ତ କରିବାକୁ ଭାଜପାର ହାତ ରହିଛି ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି।
ସେପଟେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗା ଜଳ ଛିଞ୍ଚିଛି ବିଜେଡି । ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛି ବିଜେଡି । ତେବେ ଏଭଳି କରିବାର କାରଣ ବିଧାନସଭାରେ ପୋଲିସ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲା । ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା ।
