ଶିରିଡି ସାଇବାବାଙ୍କ ଜୀବନୀ ପୁସ୍ତକର ଇଂରାଜୀ ଅନୁବାଦ ଉନ୍ମୋଚିତ

blank
କେନ୍ଦ୍ରାପଡ଼ା,୧୩ା୫:କଜଳା ଶ୍ରୀସାଇ ପରିବାର ଗୋଲଡେନ ଭିଲ୍ଲାସ୍ଥିତ ଶିରିଡ଼ି ସାଇବାବା ମନ୍ଦିରର ତୁଷାରକାନ୍ତଙ୍କ ଦ୍ୱାରା ଲିଖିତ ଭକ୍ତିଭରା ପ୍ରତୀକ୍ଷିତ ପୁସ୍ତକ “ଶ୍ରୀ ସାଇ ସତ୍‌ଚରିତ ସଚିତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶିରିଡିର ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଗୋରକ୍ଷ ଗାଡିଲକର ଏବଂ ଡେପୁଟି ସିଇଓ ଭିମରାଜ ଦରାଡେଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଛି।ଏହି ସୁନ୍ଦର ପୁସ୍ତକର ବିଶେଷତ୍ୱ ହେଉଛି ଶ୍ରୀ ସାଇବାବାଙ୍କ ସମସ୍ତ ଦିବ୍ୟ ଲୀଳା ଗୁଡ଼ିକ ସଚିତ୍ର ରୂପରେ ଏହି ଭବ୍ୟ ପୁସ୍ତକରେ ପ୍ରଦର୍ଶିତ ହୋଇଅଛି। ଏହି ଫଟୋଗୁଡ଼ିକୁ ଦେଖିବା ପରେ ଶ୍ରୀ ସାଇବାବାଙ୍କ ଜଣେ ପ୍ରକୃତ ଭକ୍ତ ବାବାଙ୍କ ସୁବର୍ଣ୍ଣ ଯୁଗକୁ ଭକ୍ତିପୂର୍ଣ୍ଣ ଭାବରେ ଅନୁଭବ ତଥା ଉପଲବ୍ଧି କରିପାରିବ। ଏହି ପବିତ୍ର ପୁସ୍ତକଟି ଶ୍ରୀ ସାଇ ବାବାଙ୍କ ଜୀବନୀର ଇଂରାଜୀ ରୂପରେଖ ଯାହାକି କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଛି। ଏହା ହେଉଛି ସାରା ଭାରତ ବର୍ଷରେ ତଥା ଭାରତ ବାହାରେ ପ୍ରଥମ ପୁସ୍ତକ ଯେଉଁଥିରେ ବାବାଙ୍କ ସମସ୍ତ ଲୀଳା ଏବଂ କର୍ମ ଗୁଡ଼ିକୁ ସରଳ ଓ ସୁନ୍ଦର ଭାବରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଅଛି।

Next Post

ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

Wed May 13 , 2026
କେନ୍ଦ୍ରାପଡ଼ା,୧୩ା୫:କେନ୍ଦ୍ରାପଡା ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୁଧବାର ସନ୍ଧ୍ୟାରେ ସହରର ପୁରୁଣା ବସଷ୍ଟାଣ୍ଡରେ ନିଟ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ କରାଯିବା ପ୍ରତିବାଦରେ ଏକ ପ୍ରତିବାଦ ସଭା କରାଯିବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading