ରାଷ୍ଟ୍ର୍ରକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାର ମୂଳ ସୁତ୍ରଧର ହେଉଛି ହିନ୍ଦୀ

blank
କେନ୍ଦ୍ରାପଡ଼ା,୧୪ା୯:ବିନା ରାଷ୍ଟ୍ରଭାଷାରେ ରାଷ୍ଟ୍ର ମୂକ ଅଟେ। ରାଷ୍ଟ୍ରର ସ୍ପନ୍ଦନ, ରାଷ୍ଟ୍ରର ଆତ୍ମାର ଅଭିବ୍ୟକ୍ତି ତା’ର ରାଷ୍ଟ୍ରଭାଷାରେ ନିହିତ ଥାଏ। ୧୯୪୯ମସିହାରୁ ସାମ୍ବିଧାନିକ ମର୍ଯ୍ୟାଦା ପାଇ ସାରିଥିଲେ ମଧ୍ୟ ଦେଶର ସବୁଠାରୁ ଅଧିକ ସଂଖ୍ୟକ ଜନସାଧାରଣ ହିନ୍ଦୀ ବୁଝିବା, କହିବା ଓ ଲେଖିବା ସତ୍ତ୍ୱେ ଆଜି ମଧ୍ୟ ରାଷ୍ଟ୍ରଭାଷାକୁ ଅନ୍ୟଭାଷା ସହ ସଙ୍ଘର୍ଷ କରିବାକୁ ପଡୁଛି। ହିନ୍ଦୀର ପ୍ରଚାରକ ଓ ପ୍ରସାରକ ଭାବରେ ଶ୍ରେଣୀଗୃହରେ ନିଜର ଅଧ୍ୟାପନା ଜାରି ରଖିଥିବା ଶିକ୍ଷକ, ଶିକ୍ଷିକା, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ନିଜ ଶୈକ୍ଷିକ ମର୍ଯ୍ୟାଦା ପାଇଁ ଲଢିବାକୁ ପଡୁଛି। ରାଷ୍ଟ୍ରକୁ ଏକତା ସୁତ୍ରରେ ବାନ୍ଧି ରଖିବାକୁ ଏବଂ ବୈାଦ୍ଧିକ ଅଭିବ୍ୟକ୍ତିକୁ ସମୃଦ୍ଧ କରିବାକୁ ହିନ୍ଦୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବା ଦେଶ ଓ ପ୍ରଶାସନର ଦାୟୀତ୍ୱ। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଏବଂ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳନ ଅବସରରେ ଯୋଗଦେଇ ବକ୍ତାମାନେ ଏହି ମତ ବ୍ୟକ୍ତ କରିଛନ୍ତି। ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ହାଇଦ୍ରାବାଦ୍‌ସ୍ଥିତ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ପ୍ରଫେସର ଚନ୍ଦ୍ର ପ୍ରତାପ ସିଂ, ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣର ଉପନିର୍ଦ୍ଦେଶକ ତନ୍ମୟ କୁମାର ବେହେରା, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟାପକ ଚିନ୍ମୟ କୁମାର ଦାସ, କେନ୍ଦ୍ରାପଡା ମହାବିଦ୍ୟାଳୟ ହିନ୍ଦୀ ବିଭାଗର ଅଧ୍ୟାପିକା ଡ. ପ୍ରିତିରେଖା ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଅଶୋକ କୁମାର ଦାଶ, ରାଜ୍ୟ ହିନ୍ଦୀ ଶିକ୍ଷକ ସଙ୍ଘର ସାଂଗଠନିକ ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି ଓ କଥାକାର ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ହିନ୍ଦୀ ଭାଷାର ପ୍ରଚାର ପ୍ରସାରରେ ନିୟୋଜିତ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷିକାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ବହୁ ବରିଷ୍ଠ ତଥା ଅବସରଗ୍ରହଣ କରିଥିବା ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁ, ରାଜଲକ୍ଷ୍ମୀ ମହାରଣା ଓ ନିର୍ମଳ କୁମାର ସ୍ୱାଇଁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ନବନିଯୁକ୍ତ ହିନ୍ଦୀ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ସମେତ ଚଳିତ ବର୍ଷ ହିନ୍ଦୀରେ ଶତକଡା ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୮୦ଜଣ ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ସହ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ନିର୍ମଳା ସାମଲ ଓ ମାଧୁରୀ ଭଦ୍ର ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ମହାବିଦ୍ୟାଳୟ ହିନ୍ଦୀ ବିଭାଗର ଛାତ୍ରଛାତ୍ରୀମାନେ ସୁଲଳିତ ସଂଗୀତ ଗାନ ସହ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶିକ୍ଷୟିତ୍ରୀ ରୀତାଞ୍ଜଳି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଘର ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ନିର୍ଝରିଣୀ ପଣ୍ଡା ଓ ଅନ୍ନପୂର୍ଣ୍ଣା ଚୂଳି ଉତ୍ସବକୁ ସଚାଳନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଙ୍ଘର ବରିଷ୍ଠ ସଦସ୍ୟ ମହେନ୍ଦ୍ର ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସେଠୀ, ସପନ ବେହେରା, ଅଭୟ କୁମାର ସ୍ୱାଇଁ, ସିଦ୍ଧାର୍ଥଶଙ୍କର ନାୟକ, ଲାଲବାବୁ ଖାଁ, ଧିରେନ୍ଦ୍ର,ରାହୁଳ, ଅନିତା ନାୟକ, ତପେଶ୍ୱରୀ ତ୍ରିପାଠୀ ଓ ହିନ୍ଦୀ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସବ୍‌ନମ୍ ଆରା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ , ସ୍ୱାଗତ କରିବା ସହ ସ୍ୱାସ୍ଥ୍ୟ ଏବଂ ପରିଭ୍ରମଣ ଅନୁଭୂତି ପଚାରିଲେ ଜିଲ୍ଲାପାଳ

Mon Sep 15 , 2025
କେନ୍ଦ୍ରାପଡ଼ା,୧୫ା୯: ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ସୋମବାର ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର. ଆୟର ନିଜେ ଉପସ୍ଥିତ ରହି କଚେରୀ ନିକଟସ୍ଥ ଭାସ୍କର ଟକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading