ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

blank
କେନ୍ଦ୍ରାପଡ଼ା,୧୩ା୫:କେନ୍ଦ୍ରାପଡା ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୁଧବାର ସନ୍ଧ୍ୟାରେ ସହରର ପୁରୁଣା ବସଷ୍ଟାଣ୍ଡରେ ନିଟ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ କରାଯିବା ପ୍ରତିବାଦରେ ଏକ ପ୍ରତିବାଦ ସଭା କରାଯିବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୈାରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ ନଗରପାଳ ରୋସ୍ନା ସାହୁ, ବିଜେଡି ରାଜ୍ୟ ସମ୍ପାଦକ କାଳି ପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ନେତା ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ଯୁବ ଜନତା ରାଜ୍ୟ ସମ୍ପାଦକ ଲୋହିତ ମହାନ୍ତି, କମଳ ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗଦେଇ କେନ୍ଦ୍ରର ବିଜେପି ସରକାରରେ ଥିବା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ପାଇିଁ ନେଟ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହେଲା ଓ ନେଟ ପରୀକ୍ଷାକୁ ବାତିଲ କରାଗଲା। ଫଳରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାକାରକୁ ଠେଲି ହୋଇଯାଇଥିବାରୁ ତାହାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ନିଟ ପରୀକ୍ଷା ସୁପରିଚାଳନା କରିବାରେ ବିଫଳ ହୋଇଛି ବୋଲି କହିଥିଲେ। ଅପାରଗ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଥିଲା। ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଉମେଶ ନାୟକ, ନିରାକାର ସ୍ୱାଇଁ, ଚୈାଧୁରୀ ସୁକୁମାର ଦାସ, ରମେଶ ଦାସ, ପ୍ରଭାଶିଷ ପଣ୍ଡା, ପ୍ରଦୀପ୍ତ କୁମାର ଜେନା, ପ୍ରଦୀପ ନାୟକ, ସେକ ଅସଲମ, ସେକ ଇମ୍ରାନ, ସେକ ନସିମୁଦ୍ଦିନ, ସାହେବ ସାହିଲ ରାଉତ, ଛାତ୍ରଜନତା ରାଜ୍ୟ ସମ୍ପାଦକ ବିଜୟ ମଣ୍ଡଳ, ନଗର ଯୁବ ସଭାପତି ମାନସ ଦାସ, ମୁକ୍ତାର ଖାଁ, ପରଭେଜ ଅକ୍ତର, ପାର୍ଥ ଚକ୍ରବର୍ତ୍ତୀ, ସେକ ଚନ୍ଦନ, ସଞ୍ଜୟ ଜେନା ପ୍ରମୁଖ ଶତାଧିକ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ଯୋଗଦେଇ ଅପାରଗ କେନ୍ଦ୍ରର ବିଜେପି ସରକାରର ଶିକ୍ଷାମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ।

Next Post

ବଳଦେବସେନା ମୁଖ୍ୟ ଉପଦେଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି

Wed May 13 , 2026
କେନ୍ଦ୍ରାପଡ଼ା,୧୨ା୫:ଶ୍ରୀବଳଦେବଜୀଉଙ୍କ ମନ୍ଦିର ସେବକ, ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପଙ୍କ ସ୍ମୃତିରେ ବଳଦେବ ସେନା ପକ୍ଷରୁ ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବଳଦେବ ସେନାର ଉପସଭାପତି ନିରଞ୍ଜନ ସୁଆରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଣ୍ଡିତ ହୃଷୀକେଶ ରଥ, ମେଜର ଭରତ ଚନ୍ଦ୍ର ଜେନା, ଶ୍ରୀଧର ମହାନ୍ତି, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading