୨ଗୋରୁ ବୋଝେଇ ଗାଡି ଜବତ, ୩ଗିରଫ

blank
ପଟ୍ଟାମୁଣ୍ଡାଇ ୧୨/୫- କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ମଙ୍ଗଳବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ପଟ୍ଟାମୁଣ୍ଡାଇ ବଜାର ଅଂଚଳରେ ଦୁଇ ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ସଦଳବଳେ ଚଢ଼ାଉ କରଥିଲେ । ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରୁ ୨ଟି ଗୋରୁ ବୋଝେଇ ଗାଡି ଭିତରେ ଦୟନୀୟ ଭାବେ ବନ୍ଧାଯାଇଥିବା ୮ ଗୋରୁଙ୍କୁ  ଉଦ୍ଧାର କରିବା ସହ ବେଆଇନ ଗୋରୁ ଚାଲାଣକାରୀ ଚଉଦକୁଲଟ ଚନ୍ଦନପୁର ଗ୍ରାମର ସେକ୍ ମୂରସିଦ୍‌, ସେକ ସୁରଜ୍ ଓ ନିରାକାର ବେହେରାଙ୍କୁ ଗିରଫ କରିଛି । ଏଥିନେଇ ଆଦର୍ଶ ଥାନା ପୋଲିସ ଏକ ମାମଲା ୨୦୯/୨୦୨୬ ରୁଜୁ କରି ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Next Post

ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସରେ ଅନ୍ତର୍ଜାତୀୟ ନସିଂ ଦିବସ ପାଳିତ

Tue May 12 , 2026
କେନ୍ଦ୍ରାପଡ଼ା, ୧୨/୫: ଆଜି ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ୨୦୬ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନସିଂ ସପ୍ତାହ ପାଳିତ ହୋଇଯାଇଛି। ଆଜିର ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଓଡ଼ିଶା ମେଡ଼ିକାଲ ସର୍ଭିସ ଆସୋସିଏସନ୍‌ର ସଭାପତି ଡଃ. କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନସିଂ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନ୍ତଃର୍ନିହିତ କାର୍ଯ୍ୟକୁ ବିକାଶ କରିବା ସହିତ ରୋଗୀଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading