କେନ୍ଦ୍ରାପଡା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

blank
କେନ୍ଦ୍ରାପଡ଼ା,୨୨ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି ଶନିବାର ଯୋଗଦେଇଛନ୍ତି। ଏଠାରେ ଅତିରିକ୍ତ ଦାୟିତ୍ୱରେ ଥିବା ଇନ୍ଦୁପୁର ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜତ ବୋଷ ଡ. ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ପଦବୀରେ ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱରେ ଥିଲେ। ଜଗତସିଂହପୁର ଜିଲାର ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରାଧ୍ୟାପକ ଡ. ମହାନ୍ତି କାର୍ଯ୍ୟରତ ଥିଲେ। ନୂତନ ଅଧ୍ୟକ୍ଷ ଡ. ମହାନ୍ତିଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି ଯେ ସେ ଶିକ୍ଷାଦାନକୁ ପ୍ରାଥମିକତା ଦେବେ ଓ ଛାତ୍ରଛାତ୍ରୀମାନଙ୍କୁ ଦୈନିକ ଶ୍ରେଣୀରେ ପାଠ ପଢାଇବାରେ କୈାଣସି ଅବହେଳାକୁ ସେ ବରଦାସ୍ତ କରିବେନାହିଁ। ଏଥିସହିତ ମହାବିଦ୍ୟାଳୟ ପରିସରରେ ଶାନ୍ତ ପରିବେଶ, ଶୈକ୍ଷିକ ବାତାବରଣ ସୃଷ୍ଟି ସହ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ସାଂସଦ ବୈଜୟନ୍ତ ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର ପଣ୍ଡାଙ୍କୁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଅଧ୍ୟାପକ ପ୍ରଦୀପ୍ତ କୁମାର ଶତପଥୀ, ଅଧ୍ୟାପକ ପ୍ରମୋଦ କୁମାର ଦାସ, ପ୍ରତାପ ମହାନ୍ତି, ନିରଞ୍ଜନ ପରିଡା, ଭାଗିରଥୀ ଜେନା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।

Next Post

ଅବ୍ୟକ୍ତ ପ୍ରଗାଢ ଅନୁଭବର କାବ୍ୟିକ ପ୍ରକାଶ ହିଁ କବତା

Sat Mar 22 , 2025
କେନ୍ଦ୍ରାପଡା,୨୨ା୩: ୨୧ ମାର୍ଚ୍ଚ ବିଶ୍ୱ କବିତା ଦିବସ ଅବସରରେ ମାନବ ସଭ୍ୟତାର ସୂକ୍ଷ୍ମ ଅବବୋଧ ନିର୍ମାଣରେ କବିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରାଯାଇଛି। ଏହି ଅବସରରେ ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ ଓ ସିମ୍ଫୋନି ତରଫରୁ ବିଶ୍ୱ କବିତା ଦିବସ ପାଳନ କରାଯାଇଛି। “ନୂଆ କବିତାର ମାରାଥନ’ ଓ ମୋ ପାଇଁ କବିତା’ ଶୀର୍ଷକ ଆଲୋଚନା ଓ ଏକ ଅର୍ଖ ନୂତନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading