ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସରେ ଅନ୍ତର୍ଜାତୀୟ ନସିଂ ଦିବସ ପାଳିତ

blank
କେନ୍ଦ୍ରାପଡ଼ା, ୧୨/୫: ଆଜି ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ୨୦୬ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନସିଂ ସପ୍ତାହ ପାଳିତ ହୋଇଯାଇଛି। ଆଜିର ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଓଡ଼ିଶା ମେଡ଼ିକାଲ ସର୍ଭିସ ଆସୋସିଏସନ୍‌ର ସଭାପତି ଡଃ. କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନସିଂ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନ୍ତଃର୍ନିହିତ କାର୍ଯ୍ୟକୁ ବିକାଶ କରିବା ସହିତ ରୋଗୀଙ୍କ ପ୍ରତି ସେବା ଓ ସହାନୁଭୂତି ମନୋଭାବ ପୋଷଣ କଲେ ଭବିଷ୍ୟତରେ ଜଣେ ସୁଦକ୍ଷା ସେବିକା ହୋଇପାରିବ। ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିଧାକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇ ଉତ୍ସର୍ଗୀକୃତ ସେବା ମାଧ୍ୟମରେ ଜଣେ ଜଣେ ଦକ୍ଷ ସେବିକା ହେବା ସହ ସମାଜରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବେ। କେନ୍ଦ୍ରାପଡ଼ା ମେଡ଼ିକାଲର ବରିଷ୍ଠ ନସିଂ ଅଫିସର ଅଞ୍ଜନାବାଳା ସାହୁ ଯୋଗଦେଇ ସେବିକାମାନଙ୍କୁ କହିଥିଲେ ଯେ ନିଜର କାର୍ଯ୍ୟଶୈଳୀକୁ ଉନ୍ନତ କରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇପାରିଲେ ସେମାନଙ୍କର ସେବିକା ହେବାର ସାର୍ଥକତା ପୂରଣ ହୋଇପାରିବ। ଅନୁଷ୍ଠାନର ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ସେବିକାମାନଙ୍କୁ ନସିଂ ଶିକ୍ଷା ଓ ଏହାର ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ରୋଗୀକୁ ଆପଣାର କରି ନିଜର ବାପାମା’ ଭାବି ସେବା କଲେ ଜଣେ ଉତ୍ତମ ସେବିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଶିକ୍ଷା ଓ ସମ୍ଭାବନା ଟ୍ରଷ୍ଟର ପ୍ରତିଷ୍ଠାତା ଉପସଭାପତି ବରଦା ପ୍ରସାଦ ତ୍ରିପାଠୀ କହିଥିଲେ ଯେ ସହନଶୀଳତା, ନମ୍ରତା ଦ୍ୱାରା ସେବିକାମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ଉପନିର୍ଦ୍ଦେଶକ ବାଣୀବ୍ରତ ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ରୋଗୀଙ୍କୁ ନିଃସ୍ୱାର୍ଥପର ଭାବେ ସେବା କରିପାରିଲେ ଦେଶ ତଥା ସମାଜର ଉନ୍ନତି ହୋଇପାରିବେ। ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଏବଂ କ୍ୟାପିଙ୍ଗ୍ ସେରିମନୀ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପ୍ରଶିକ୍ଷିକା ପଲ୍ଲବୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭା ସଂଚାଳନ କରିଥିଲେ ପ୍ରଶିକ୍ଷିକା ପୂର୍ଣିମା ପ୍ରିୟଦର୍ଶିନୀ ମଲ୍ଲିକ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ। ଏହି ସଭାରେ ବିଜୟ କୁମାର ସାହୁ, ତପନ କୁମାର ମହାନ୍ତି, ଦେବାଶିଷ ଦାସ, ରଶ୍ମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସେବିକା ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସକାଳ ୬.୩୦ ମିନିଟ୍ ସମୟରେ ଏକ ଶାନ୍ତିପୂର୍ଣ ଶୋଭାଯାତ୍ରା ଅନୁଷ୍ଠାନ ପରିସରରୁ ଆରମ୍ଭ ହୋଇ କେନ୍ଦ୍ରାପଡ଼ା ପୁରୁଣା ମେଡ଼ିକାଲ ପର୍ଯ୍ୟନ୍ତ ଯାଇ ସେଠାରୁ ଅନୁଷ୍ଠାନକୁ ଫେରିଥିଲେ। ଏହି ରାଲିକୁ ଉଦ୍‌ଘାଟନ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ଏବଂ ପ୍ରଫେସନାଲ ନିର୍ଦ୍ଦେଶକ ଜ୍ୟୋତିର୍ମୟୀ ପଟ୍ଟନାୟକ। ଏହି ଶୋଭାଯାତ୍ରାକୁ ପ୍ରଶିକ୍ଷିକା କୁମୁଦିନୀ ଲେଙ୍କା, ପ୍ରିୟମ୍ବଦା ପଟ୍ଟନାୟକ, ପଲ୍ଲବୀ ପଟ୍ଟନାୟକ, ସୁପ୍ରଭା ମଞ୍ଜରୀ ଦାଶ, ସୋନାଲି ବିଶ୍ୱାଳ, ସ୍ନାତି ସମନ୍ୱୟା ମାଝି, ସୋନାଲି ସେନାପତି, ଋତୁପଣ୍ଡା ବିଶୋଇ, ଶୁଭଲକ୍ଷ୍ମୀ ବିଶ୍ୱାଳ, ଯଶୋସ୍ୱିନୀ ସାହୁ, ଚିନ୍ମୟୀ ବିଶ୍ୱାଳ ଓ ରୋଜାଲିନୀ ଗୋଚ୍ଛାୟତ ପ୍ରମୁଖ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ସଭା ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନସିଂ ସପ୍ତାହ ମଇ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ସୂଚନା ଦେଇଥିଲେ।

Next Post

ପିଏମଜି ଓ ପ୍ରଗତୀ ଅଧିନରେ ଭିତ୍ତିଭୂମୀ ତଥା ପ୍ରମୁଖ ଉନ୍ନୟନ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

Tue May 12 , 2026
କେନ୍ଦ୍ରାପଡ଼ା,୧୨ା୫:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ (ପିଏମଜି) ଏବଂ ପ୍ରଗତି ଅଧିନରେ ଚାଲୁଥିବା ବିଭିନ୍ନ ଭିତ୍ତିଭୂମି ଓ ପ୍ରମୁଖ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି, ସମସ୍ୟା ଏବଂ ସମାଧାନ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ବିଦ୍ୟୁତ ପ୍ରକଳ୍ପ, ରାସ୍ତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading