ବିପ୍ଲବୀ ଆନନ୍ଦ ଜେନାଙ୍କ ୧୪୧ତମ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୧୭ା୭: ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଗୁରୁବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଭଳି ଜଣେ ମହାନ ସଂଗ୍ରାମୀ ସାରା ରାଜ୍ୟରେ ବିରଳ ବୋଲି କହିଥିଲେ। ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ଦୁଖିନୀ କନିକାର ରଚୟିତା ସ୍ୱର୍ଗତ ଜେନାଙ୍କ ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ରହିଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ ସଂଗ୍ରାମୀ ଜେନାଙ୍କ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ବିଷ୍ଣୁଦେବ ଜେନା, ଅତିରିକ୍ତ ଜିଲ୍ଲାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବିପ୍ଳବୀ ଜେନା ଜଣେ ମହାନ ସଂଗ୍ରାମୀ ଥିଲେ ବୋଲି କହିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ସିଡିଏମଓ ଡା. ଅଜୟ କୁମାର ରାଉତ, ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପୈାରାଧ୍ୟକ୍ଷା ସରିତା ସାହୁ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅବନ୍ତୀ ବେହେରା, ଗବେଷକ ନିରଞ୍ଜନ ମେକାପ, ସାହିତ୍ୟିକ ଡ. ବାସୁଦେବ ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ହାସଲ କରିଥିବା ପ୍ରାଧ୍ୟାପକ ଡ. ଅଜୟ କୁମାର ରାଉତଙ୍କୁ ବିପ୍ଳବୀ ଆନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତିରେ ‘କେନ୍ଦ୍ରାପଡା ଗୈାରବ ସମ୍ମାନ’ରେ ସମ୍ମାନ୍ନିତ କରାଯାଇଥିଲା। ଏହାବ୍ୟତିତ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସ୍ମୃତି କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ ବିବରଣୀ ପାଠ କରିବା ସହ ଉତ୍ସବର ଆଭିମୁଖ୍ୟ ଜ୍ଞାପନ କରିଥିଲେ। ତୁଳସୀ ମହିଳା ମହାବିଦ୍ୟାଳୟ ଛକରେ ଥରବା ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ କାଉନସିଲର ନିରାକାର ସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ପ୍ରକାଶ ପରିଡା ଓ କଲେଜ ଅଧ୍ୟକ୍ଷ ମଥୁରୀ ସ୍ୱାଇଁଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଜୟନ୍ତୀ ଅବସରରେ ଜିଲ୍ଲା ସଦର ମହକୁମାରେ ଥିବା ଦୃଷ୍ଟିବାଧିତ ଭିନ୍ନକ୍ଷମ, ମାନସିକ ଭିନ୍ନକ୍ଷମ ଓ ମୁକବଧିର ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସଂଯୋଜକ ମୁକ୍ତାର ଖାଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଯୋଜକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ ଓ ଧିରେନ୍ଦ୍ର କୁମାର ଦାସ, ସହସମ୍ପାଦକ ଆଦିକନ୍ଦ ରାଉଳ ଓ ସତ୍ୟବ୍ରତ ସିଂ, ମୁଖ୍ୟ ଉପଦେଷ୍ଟା କରୁଣାକର ଦାସ, ଅକ୍ଷୟପ୍ରିୟ ଦାସ, ଆଶିଷ ସେନାପତି, ଗୋଲଖ ପରିଡା, ପ୍ରଭାତ ଚନ୍ଦ୍ର ନାୟକ, ଚନ୍ଦନ କୁମାର ପରିଡା, ପ୍ରଦୀପ୍ତ ସିଂ, ପ୍ରମୋଦ କୁମାର ରାଉତ, ମନୋରଞ୍ଜନ ତ୍ରପାଠୀ, ଶ୍ରୀଧର କୁମାର ମହାନ୍ତି, ସେକ ତଫିରୁଦ୍ଦିନ, ରଣଧୀର ଜେନା, ସତ୍ୟବ୍ରତ ସିଂ, ସେକ ସୈାକତ ଖାଁ, ନିରଞ୍ଜନ ବଳ, ସୟଦ ଅକମଲ ଅଲ୍ଲୀ,ହିବଜୁର ରହେମାନ, ସେକ ଚାନ୍ଦ,ଗୋଲଖ ପଢିଆରୀ, ସମ୍ବିତ ଶ୍ରୀଚନ୍ଦନ, ଶେଷଦେବ ପ୍ରସାଦ ଦାସ, ଶୁଭ୍ରାଂଶୁ ଦାସ, ଗୋପିନାଥ ବାରିକ, ଅଜୟ ସାମଲ, ରାମଚନ୍ଦ୍ର ବେହେରା, ମନୋଜ ସାହୁ,ହୃଷିକେଶ ବେହେରା,ବୁଲୁ ବକ୍ସ,ସୟଦ ମୁକ୍ତାର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Next Post

କେନ୍ଦ୍ରାପଡାରେ ଓଡିଶା ବନ୍ଦ ସଫଳ

Thu Jul 17 , 2025
କେନ୍ଦ୍ରାପଡ଼ା,୧୭ା୭ :ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବ୍ୟବସ୍ଥାକୃତ ହତ୍ୟାର ଓଡିଶା ହାଇକୋର୍ଟର ବିଚାରପତିଙ୍କ ତତା୍ୱବଧାନରେ ନ୍ୟାୟିକ ତଦନ୍ତ, ପ୍ରକୃତ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରିବା, ତଦନ୍ତରେ ସ୍ୱଚ୍ଛତା ପାଇଁ ଓ ନୈତିକତା ଦୃଷ୍ଟିରୁ ଉଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଷଡଙ୍ଗୀ ଓ ସ୍ଥାନୀୟ ବିଧାୟକ ନିଜ ନିଜ ପଦରୁ ଇସ୍ତଫା ଦେବା ଦାବିରେ ଆଜି ଆହୁତ ଓଡିଶାବନ୍ଦ କେନ୍ଦ୍ରାପଡା ଜିଲ୍ଲା ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading