
ଚାପଟ୍ଟାମୁଣ୍ଡାଇ ୫/୮ -ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦୀର୍ଘଦିନର ବିଭିନ୍ନ ସମସ୍ୟା ଓ ନ୍ୟାଯ୍ୟ ଦାବିର ସ୍ଥାୟୀ ସମାଧାନ ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ଦୋଳନରେ ବ୍ଲକ ଅଂଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସାମିଲ ହୋଇ ସରକାରଙ୍କ ନୀତି ବିରୋଧରେ ସ୍ଲୋଗାନବାଜି କରିଥିଲେ। ସଭା ଶେଷରେ ସମିତିର ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସମିତିର କର୍ମକର୍ତାମାନେ କୁହନ୍ତି ଯେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ସେମାନଙ୍କର ମୌଳିକ ଦାବିଗୁଡ଼ିକୁ ଅଣଦେଖା କରାଯାଉଛି। ଯେପରି ବ୍ଲକ ଗ୍ରାଣ୍ଡ ଓ ସହାୟତାପ୍ରାପ୍ତ ଶିକ୍ଷକ-କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ହାରାହାରି ପୂର୍ଣ୍ଣ ଆର୍ôଥକ ସୁବିଧା ପ୍ରଦାନ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଅବସରକାଳୀନ ପେନସନ, ଗ୍ରାଚୁଇଟି ଏବଂ ପୂର୍ଣ୍ଣାଙ୍ଗ ସେବା ଶର୍ତାବଳୀ ଲାଗୁ କରିଇବା, ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ନିୟମିତ କରିବା ସହ ସମୟୋଚିତ ପଦୋନ୍ନତି ପ୍ରଦାନ କରିବା, ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ନେଇ ଧାରାଣା ଦେଇଥିଲେ । ଯଦି ଆଗାମୀ ଦିନରେ ସରକାର ଏହି ଦାବିଗୁଡ଼ିକ ଉପରେ ଦୃଢ଼ ଓ ସକାରାତ୍ମକ ପଦକ୍ଷେପ ନନିଅନ୍ତି, ତେବେ ଆନ୍ଦୋଳନକୁ ଆଗାମୀ ଦିନରେ ଏହି ଅନ୍ଦୋଳନ ଅଧିକ ତୀବ୍ର କରାଯିବା ସହିତ ଜିଲା ରୁ ରାଜ୍ୟସ୍ତରରେ ରାଜରାସ୍ତାକୁ ଓହ୍ଲାଇବାକୁ ଶିକ୍ଷକ ସମାଜ ବାଧ୍ୟ ହେବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଓଷ୍ଟା ସଭାପତି ବିଜୟ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶିକ୍ଷକ ନେତା ଚିତ ରଞ୍ଜନ କବି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ରବୀନ୍ଦ୍ର ପରିଡା, ଚାରୁଲତା ଭୂୟାଁ, ମଧୁଛନ୍ଦା ଶର୍ମା, ପ୍ରଭାତ ନଳିନୀ ସାମଲ, ଗିରିଜା ଶଙ୍କର ସାମଲ, ଅକ୍ଷୟ ନନ୍ଦ, ସୁଷମା ଧଳ. ମଳୟ ମଞ୍ଜରୀ ପଣ୍ଡା, ଚିନ୍ମୟ ସୁନ୍ଦର ସାହୁ, ନମିତା ନାୟକ, ଲୋପାମୁଦ୍ରା ଜେନା, ସୌଦାମିନୀ ତ୍ରିପାଠ. ସୁଲୋଚନା ରାଉତ ବନ୍ଦିତା ସାମଲ ସୁକାନ୍ତ ପୃଷ୍ଟି, ବୀରେନ୍ଦ୍ର କୁମାର ସାମଲ ଅନୁସୂୟା ନାୟକ ବିଷ୍ଣୁପ୍ରିୟା ଦାଶ ସବିତା ଜେନା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖ ରେ ଧାରଣା ଦେଇଥିଲେ ।
