କର୍କଟ ପିଡିତାଙ୍କୁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସହାୟତା

blank
କେନ୍ଦ୍ରାପଡ଼ା,୧୭ା୧୧:କର୍କଟ ପିଡ଼ିତା ଦଶମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡାର ନହଙ୍ଗ ନିବାସୀ ଦିପ୍ତୀ ସାହୁଙ୍କର ଏକମାତ୍ର ଝିଅ ଚିନ୍ମୟୀ ସାହୁ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ କିମସ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ପିତା ମାତା ଗରିବ ହୋଇଥିବାରୁ ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଏ ସମ୍ପର୍କରେ ପରିବାର ପକ୍ଷରୁ ବ୍ୟାଙ୍କର ସଭାପତିଙ୍କୁ ଝିଅର ଚିକିତ୍ସା ପାଇଁ ଆର୍ôଥକ ସାହାଯ୍ୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ସଭାପତି ତୁରନ୍ତ ୫ହଜାର ଟଙ୍କା ତାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ବ୍ୟାଙ୍କର ସି.ଇ.ଓ.ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ସି.ଇ. ଓ. ଭାଗ୍ୟଲକ୍ଷ୍ମୀ ପଣ୍ଡା ୫ ହଜାର ଟଙ୍କାର ଏକ ଚେକ୍ ପିଡିତାଙ୍କ ମାତାଙ୍କୁ ପ୍ରଦାନ କରିଛନ୍ତି। ଏହି ସହାୟତା ପ୍ରଦାନ ସମୟରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡ଼ା, ଭଞ୍ଜକିଶୋର ଜେନା ଓ ତ୍ରିଲୋଚନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ତୁଳସୀକ୍ଷେତ୍ରକୁ ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା , ଉଦ୍ୟମ ଆରମ୍ଭ କରିଥିଲା ବଳଦେବ ସେନା

Mon Nov 17 , 2025
କେନ୍ଦ୍ରାପଡ଼ା,୧୭ା୧୧:କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ଏବଂ ନବୀକରଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏକଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବ ସେନା ଗଣମାଧ୍ୟମକୁ ସୂଚନା ଦେଇଛି ଯେ ରାଜ୍ୟ ସରକାର ଏହି ଟଙ୍କା ଦେବା ପଛରେ ବଳଦେବ ସେନାର ଦାବି ରହିଥିଲା। ଦୀର୍ଘଦିନ ହେବ ବଳଦେବ ସେନା ଦାବି କରିଥିଲା ବଳଦେବଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading