କେନ୍ଦ୍ରାପଡା କଲେଜରେ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ

blank
କେନ୍ଦ୍ରାପଡ଼ା,୧୭ା୧୧:କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବରେଡକ୍ରସ ୟୁନିଟ୍ ପକ୍ଷରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ ସଂଯୋଜନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଇକ୍ୟୁଏସି ସଂଯୋଜିକା ଡ. ଦିପ୍ତୀ ରାୟ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ଓ ସମ୍ମାନିତ ଅତିଥି ଭାବେ ମୋରଯାନ ନିରୀକ୍ଷକ ଶ୍ରୀକାନ୍ତ ଟୁଡୁ ଓ ଟ୍ରାଫିକ ଇନସପେକ୍ଟର ରାଜନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପ୍ରତି ଅବଗତ କରାଇଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସଡକ ସୁରକ୍ଷା ସମ୍ବନ୍ଧିତ ଏକ ନାଟକ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବରେଡକ୍ରସର ସ୍ୱେଛାସେବୀ ମନୋଜ ଲେଙ୍କା, ଭବାନିଶଙ୍କର ପ୍ରଧାନ, ଉମେଶ ଆଚାର୍ଯ୍ୟ, ପ୍ରତିଭା ରାୟ, ଅର୍ପିତା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Next Post

କର୍କଟ ପିଡିତାଙ୍କୁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସହାୟତା

Mon Nov 17 , 2025
କେନ୍ଦ୍ରାପଡ଼ା,୧୭ା୧୧:କର୍କଟ ପିଡ଼ିତା ଦଶମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡାର ନହଙ୍ଗ ନିବାସୀ ଦିପ୍ତୀ ସାହୁଙ୍କର ଏକମାତ୍ର ଝିଅ ଚିନ୍ମୟୀ ସାହୁ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ କିମସ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ପିତା ମାତା ଗରିବ ହୋଇଥିବାରୁ ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଏ ସମ୍ପର୍କରେ ପରିବାର ପକ୍ଷରୁ ବ୍ୟାଙ୍କର ସଭାପତିଙ୍କୁ ଝିଅର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading