
ପଟ୍ଟାମୁଣ୍ଡାଇ ତା୫ ॰୫ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଚଳିତ ମାଟ୍ରିକ ପରୀକ୍ଷା ରେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ଉପଲକ୍ଷେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଜୟ ହିନ୍ଦ ହାଇସ୍କୁଲର ଛାତ୍ରୀ ଅଭିସ୍ପା ରାଉତ ଚଳିତ ମାଟ୍ରିକ ପରୀକ୍ଷା ରେ ୫୪୦ ନମ୍ବର ରଖି ଏ୧ ଗ୍ରେଡ଼ ହାସଲ କରି ଏହି ଶିକ୍ଷାନୁଷ୍ଠାନ ଓ ସମଗ୍ର ଧୋୟାଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ଏଥି ସହିତ ପ୍ରଦ୍ୟୁତ ପଲାଇ ୫୦୧ ନମ୍ବର ରଖି ଏ୨, ସ୍ୱୟଂ ସଂପୂର୍ଣ୍ଣ ଦାସ ୪୮୩ ଏ୨ ଏବଂ ଶୁଭଶ୍ରୀ ମଳିକ ୪୮୦ ଏ ୨ ଗ୍ରେଡ଼ ପାଇଛନ୍ତି । ପ୍ରଧାନ ଶିକ୍ଷକ ଭାସ୍କର ବେହେରାଙ୍କ ପୌରହିତ୍ୟ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଆର୍ଥିକ ପୁରସ୍କାର ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ବିଜୟ ଲଷ୍ମୀ ଦାଶ ନିଶିକାନ୍ତ ନାୟକ ରବୀନ୍ଦ୍ର କୁମାର ନନ୍ଦୀ ହରପ୍ରିୟା କର ବିଶ୍ୱକଲ୍ୟାଣୀ ଓଝା ଶୁଭ ଲଷ୍ମୀ ଜେନା ଉମାଶଙ୍କର ସାହୁ ପ୍ରଭାତ କୁମାର ଆଚାର୍ଯ୍ୟ ଜ୍ୟୋତି ସାଗର ସାହୁ କାମିନୀ ପାତ୍ର କୁବେର କୁମାର ନାୟକ ଦେବ ପ୍ରସାଦ ସ୍ୱାଇଁ ପ୍ରମୁଖ ସମସ୍ତ ଶିକ୍ଷକ. ଶିକ୍ଷୟତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ।
