ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ମମତା

blank

ପଶ୍ଚିମବଙ୍ଗରେ ଲଗାତାର ୩ ପାଳି କ୍ଷମତାରେ ରହିବା ପରେ ଗତକାଲି ବିଜେପିଠାରୁ ନିର୍ବାଚନ ହାରିଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମମତା କହିଛନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମରୁ ହସ୍ତ ଗତ ତଥ୍ୟରୁ  ଜଣାପଡିଛି ।  ମମତା ଦାବି କରିଛନ୍ତି ଯେ, ମୁଁ ନିର୍ବାଚନ ହାରିନାହିଁ, ତେଣୁ ମୁଁ ରାଜଭବନ ଯିବିନାହିଁ। ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନି।  ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରାଯାଇନି। ନିର୍ବାଚନକୁ ବଳପୂର୍ବକ କବ୍‌ଜା କରିବା ପାଇଁ ବିଜେପି ଅନୁଚିତ ହସ୍ତକ୍ଷେପ କରିଛି ଏବଂ କେନ୍ଦ୍ରୀୟ ବାହିନୀ ବ୍ୟବହାର କରିଛି। ମମତା ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ, ତାଙ୍କ ଦଳ ଫଳାଫଳକୁ ଚ୍ୟାଲେଞ୍ଜ କରିବ ଏବଂ ଏହାର ରାଜନୈତିକ ଲଢ଼େଇ ଜାରି ରଖିବ। ସେ କହିଛନ୍ତି, ଆମେ ଜନାଦେଶ ଦ୍ୱାରା ହାରିନାହୁଁ ବରଂ ଷଡଯନ୍ତ୍ର ଦ୍ୱାରା ହାରିଛୁ। ଆମେ ବାଘ ପରି ଲଢ଼ିଛୁ ଏବଂ ପୁଣିଥରେ ଫେରିବୁ। ଦଳର ଲଢ଼େଇ କେବଳ ବିଜେପି ସହ ନୁହେଁ ବରଂ ନିର୍ବାଚନ କମିସନ ବାସ୍ତବ ପ୍ରତିଦ୍ୱନ୍ଦ୍ୱୀ। ଆମେ ଇସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଲଢ଼ିବୁ। କିନ୍ତୁ ରଣନୀତି ଏବେ ଗୁପ୍ତ ରହିବ। ଏ ସମ୍ପର୍କରେ ଏବେ କିଛି କୁହାଯିବନି। ସେ କହିଛନ୍ତି, ଆମେ ସମଗ୍ର ବ୍ୟବସ୍ଥା ବିରୋଧରେ ଲଢ଼ିଛୁ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟ ସମ୍ପୃକ୍ତ। ସେମାନେ ୯୦ ଲକ୍ଷ ନାଁ ଭୋଟର ତାଲିକାରୁ କାଟି ଦେଇଥିଲେ। ଆମେ କୋର୍ଟକୁ ଯିବା ପରେ ତାଲିକାରେ ପୁଣି ୩୨ ଲକ୍ଷ ନାଁ ଯୋଡିହେଲା। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ, ମୁଖ୍ୟ ନିର୍ବାଚନ କମିସନର ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଲୁଟ୍ କରିବା ଏବଂ ଇଭିଏମ୍ ଲୁଟ୍ କରିବା ପାଇଁ ଚଳିତ ନିର୍ବାଚନର ଭିଲିଆନ୍ ପାଲଟିଥିଲେ। ଇଭିଏମ୍‌ରେ ଭୋଟ୍ ଦେବା ପରେ ୮୦-୯୦ ପ୍ରତିଶତ ଚାର୍ଜ ରହିଲା କିପରି? ନିର୍ବାଚନର ୨ ଦିନ ପୂର୍ବରୁ ସେମାନେ ଆମ ଲୋକଙ୍କୁ ଗିରଫ କଲେ। ସେମାନେ ସବୁଠି ଚଢ଼ଉ କଲେ। ସେମାନେ ସମସ୍ତ ଆଇପିଏସ୍ ଓ ଆଇଏଏସ୍ ଅଫିସରଙ୍କୁ ବଦଳି କଲେ। ଏହା ବିଜେପି ଓ ନିର୍ବାଚନ କମିସନ ମଧ୍ୟରେ ଏକ ବେଟିଂ ଥିଲା। ଆମେସମସ୍ତ ବ୍ୟବସ୍ଥା ବିରୋଧରେ ଲଢ଼ିଛୁ। ସେମାନେ ଅତି ଖରାପ ଖେଳ ଖେଳିଛନ୍ତି। ମୋ ଜୀବନରେ ମୁଁ ଏମିତି ନିର୍ବାଚନ କେବେ ଦେଖି ନାହିଁ। ନିର୍ବାଚନରେ ସିଧାସଳଖ ହସ୍ତକ୍ଷେପ ଅଭିଯୋଗ କରି ମମତା କହିଛନ୍ତି, ସେମାନେ ମହାରାଷ୍ଟ୍ର, ହରିୟାଣା, ବିହାର ଓ ଏବେ ପଶ୍ଚିମବଙ୍ଗରେ ନିର୍ବାଚନ ଚୋରାଇଛନ୍ତି। ତାଙ୍କୁ ମତଦାନ କେନ୍ଦ୍ରରେ ମାଡ ମରାଯାଇଛି। ତାଙ୍କ ପେଟ ଓ ପିଠିକୁ ଗୋଇଠା ମରାଯାଇଛି। ଏହି ସମୟରେ ସିସିଟିଭି କ୍ୟାମେରା ବନ୍ଦ ଥିଲା ଏବଂ ତାଙ୍କୁ ଗଣତି କେନ୍ଦ୍ରରୁ ଠେଲି ବାହାର କରାଯାଇଥିଲା। ଜଣେ ମହିଳା ହୋଇଥିଲେ ମଧ୍ୟ ତାଙ୍କ ସହ ଏଭଳି ଦୁର୍ବ୍ୟବହାର କରାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ ମମତା ବିଜେପିକୁ ସତର୍କ କରାଇଛନ୍ତି ଯେ କ୍ଷମତା ସ୍ଥାୟୀ ନୁହେଁ ଏବଂ ଇତିହାସର ପୁଣିଥରେ ପୁନରାବୃତ୍ତି ହେବ। ମମତା କହିଛନ୍ତି, ସେ ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର ଦେଖିଛନ୍ତି। କିନ୍ତୁ କେବେ ବି ଏଭଳି ଅତ୍ୟାଚାର ଦେଖିନାହାନ୍ତି। ଆଗାମୀ ଦିନରେ ଦଳର ରଣନୀତି କ’ଣ ରହିବ ତାହା ବାନାର୍ଜୀ ପ୍ରକାଶ କରିନାହାନ୍ତି। ଇଣ୍ଡି ମେଣ୍ଟ ନେତାମାନେ ତାଙ୍କ ସହ ଯୋଗାଯୋଗ କରିଥିବା ଏବଂ ତାଙ୍କୁ ସମର୍ଥନ ମିଳିଥିବା ସେ କହିଛନ୍ତି। ମମତା କହିଛନ୍ତି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ହେମନ୍ତ ସୋରେନ, ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାନେ ମୋତେ ଫୋନ୍ କରିଛନ୍ତି। ଅଖିଳେଶ ମୋତେ ଆସନ୍ତାକାଲି ଭେଟିବାକୁ ଆସିବେ। ଏବେ ମୋର ଲକ୍ଷ୍ୟ ସ୍ପଷ୍ଟ। ମୁଁ ଏକ ମୁକ୍ତ ବିହଙ୍ଗ। ଇଣ୍ଡିମେଣ୍ଟ ନେତାମାନଙ୍କ ସହ ମୁଁ କ’ଣ ଆଲୋଚନା କରିବି ତାହା ସ୍ଥିର କରିସାରିଛି। ଟିଏମସି ନେତା ଓ କର୍ମୀଙ୍କ ଉପରେ ଯେଉଁଠାରେ ଆକ୍ରମଣ ହୋଇଛି ଏବଂ ଯେଉଁଠାରେ ପାର୍ଟି ଅଫିସ୍ ଭଙ୍ଗାରୁଜା କରାଯାଇଛି ସେଠାକୁ ଦଳ ୫ ସାଂସଦଙ୍କ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ପଠାଇବ ବୋଲି ମମତା କହିଛନ୍ତି।

କ’ଣ ହେବ?

 

ଜଣେ ବରିଷ୍ଠ ଆଇନଜୀବୀଙ୍କ ମତରେ ତାଙ୍କ ପ୍ରତିରୋଧ କୌଣସି ପ୍ରଭାବ ପକାଇବ ନାହିଁ। ରାଜ୍ୟପାଳ ରାଜ୍ୟ ବିଧାନସଭାକୁ ଭଙ୍ଗ କରିପାରିବେ। ସରକାରଙ୍କ କାର୍ଯ୍ୟକାଳ ୫ ବର୍ଷର ଜନାଦେଶର ସମୟ ଶେଷ ହେବା ପରେ ଆପେଆପେ ସରିଯିବ। ଟିଏମସି ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେବା ନିଷ୍ପତ୍ତି ଭାରତୀୟ ସମ୍ବିଧାନର ବିରୋଧାଚରଣ କରୁଛି। ପରମ୍ପରା ଅନୁସାରେ, ସାମ୍ବିଧାନିକ ନିୟମ ସବୁଠାରୁ ଉପରେ ଓ ଏହାକୁ ଅନୁପାଳନ କରିବାକୁ ସମସ୍ତେ ବାଧ୍ୟ। ନିର୍ବାଚନ କମିଶନ ନିର୍ବାଚନର ଫଳାଫଳ ସମ୍ପର୍କରେ ଆବଶ୍ୟକୀୟ ବିଜ୍ଞପ୍ତି ଜାରି କରିସାରିଛନ୍ତି। ଯେହେତ ନିର୍ବାଚନ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା, ତାଙ୍କ ଦ୍ୱାରା ଘୋଷିତ ଫଳାଫଳ ହିଁ ଚୂଡ଼ାନ୍ତ। ଯଦି କୌଣସି ଯୋଗ୍ୟ ଅଦାଲତ ବଳିଷ୍ଠ କାରଣ ଦର୍ଶାଇ ଶେଷ ହୋଇଥିବା ନିର୍ବାଚନକୁ ରଦ୍ଦ ନ କରନ୍ତି, ସେପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଦ୍ୱାରା ଘୋଷିତ ଫଳାଫଳକୁ ମାନିବାକୁ ସମସ୍ତେ ବାଧ୍ୟ। ଏଭଳି ପରିସ୍ଥିତିରେ, ଯେହେତୁ ଜନମତ ବା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇସାରିଛି ଜଣେ ମୁଖ୍ୟମନ୍ତ୍ରୀ ନୈତିକ ଓ ସାମ୍ବିଧାନିକ ଦୃଷ୍ଟିକୋଣରୁ ନିଜ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ। ଯଦି ମମତା ନିୟମକୁ ପାଳନ କରିବେ ନାହିଁ, ତା’ହେଲେ ରାଜ୍ୟପାଳ ବାଧ୍ୟ ହୋଇ ତାଙ୍କୁ ଓ ତାଙ୍କ ସରକାରଙ୍କୁ ବରଖାସ୍ତ କରିବେ। ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିବାର ଅଧିକାର ରହିଛି। ଯଦି କୌଣସି ଦଳ ସରକାର ଗଠନ କରିବା ସ୍ଥିତିରେ ନଥାନ୍ତି କିମ୍ବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଜିଦ୍ ଯୋଗୁ ଏକ ଅଚଳାବସ୍ଥା ସୃଷ୍ଟି ହୁଏ, ତେବେ ରାଜ୍ୟପାଳ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁଯାୟୀ ରାଜ୍ୟରେ “ରାଷ୍ଟ୍ରପତି ଶାସନ’ ଜାରି କରିବା ପାଇଁ ସୁପାରିଶ କରିପାରନ୍ତି। ତେବେ ମମତା ବାନାର୍ଜୀଙ୍କ ପାଖରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିବାର ବିକଳ୍ପ ରହିଛି। ଫଳାଫଳକୁ ଚ୍ୟାଲେଞ୍ଜ କରିବା ପାଇଁ ତାଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ

Next Post

ନବୀନ ଯୁଗରେ ଏସଏଚଜି ମହିଳା ସଶକ୍ତ ହୋଇ ଏମଏସଏମଇରେ ପହଞ୍ଚିପାରିଥିଲେ

Wed May 6 , 2026
ପଟ୍ଟାମୁଣ୍ଡାଇ ବିଜେଡିର ନାରୀ ଅଧିକାର ଅଭିଯାନ ସମାବେଶ ପଟ୍ଟାମୁଣ୍ଡାଇ.୬/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅରଡପଲ୍ଲୀ ଯଜ୍ଞ ପଡିଆ ଠାରେ ଭାଜପା ସରକାରର ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ବିଜେଡି ମହିଳା ନେତ୍ରୀଙ୍କ ସମେତ ବିଧାୟକ ଓ ନେତାମାନେ ଯୋଗ ଦେଇ ଭାଜପା ସରକାର ସୀମା ପୁନଃ ନିର୍ଦ୍ଧାରଣ ନାମରେ ଭାଜପା ମହିଳା ସଂରକ୍ଷଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading