ତୁଳସୀକ୍ଷେତ୍ରରେ ଅକ୍ଷୟତୃତୀୟା

blank
କେନ୍ଦ୍ରାପଡ଼ା,୩୦ା୪: କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପବିତ୍ର ଅକ୍ଷୟତୃତୀୟା ପାଳିତ ହୋଇଯାଇଛି। ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ଅବସରରେ ୨୧ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ। ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଥିବାରୁ ଇଛାପୁରସ୍ଥିତ ତୁଳସୀ କ୍ଷେତ୍ରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ପବିତ୍ର ଦିନ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆଜ୍ଞାମାଳ ଓ ପ୍ରସାଦ ନେଇଥାନ୍ତି। ଆଜିର ଦିନରେ ଗୃହର ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଦିନ ଥିବାରୁ ଲୋକମାନେ ନୂତନ ଗୃହ ନିର୍ମାଣ ପାଇଁ ଶୁଭଦେବା ଗୃହ ପ୍ରତିଷ୍ଠା ଓ ଗୃହ ପ୍ରବେଶ ଭଳି ସମସ୍ତ କାର୍ଯ୍ୟ କରିଥାନ୍ତି। ଆଜି ପ୍ରତ୍ୟୁଶରୁ ଦ୍ୱାର ଉନ୍ମକ୍ତ କରାଯାଇ ଜୟ ମଙ୍ଗଳା ଆଳତି କରାଯିବା ପରେ ନୀତିସ୍ନାନ, ସୂର୍ଯ୍ୟ ଚନ୍ଦ୍ର ଓ ଦ୍ୱାରପାଳ ପୂଜା କରାଯାଇଥିଲା। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସମ୍ପନ୍ନ ହୋଇଥିଲା। ଏହାପରେ ପୂଜାପଣ୍ଡାମାନଙ୍କ ଦ୍ୱାରା ବସ୍ତ୍ର ଓଲାଗି କରାଯାଇ ନୂତନ ଶୁକ୍ଳ ଧୋତି ଚାଦର ପଞ୍ଚ ଲହରୀକୁ ଶ୍ରୀଜୀଉ ପରିଧାନ କରିଥିଲେ। ଆଜି ଠାରୁ ଶ୍ରୀଜୀଉ ପାଟମଉଳି ପରିତ୍ୟାଗ କରି ଥାଆନ୍ତି। ପରେ ଘଟ ସ୍ଥାପନ ପୂର୍ବକ ମଙ୍ଗଳାର୍ପଣ କରାଯାଇ ପଣା ଓ ପଖାଳ ଭୋଗ କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ କରାଯାଇଥିଲା। ପୂଜାପଣ୍ଡା ସେବକଙ୍କ ଦ୍ୱାରା ଆଜ୍ଞାମାଳ ସିରିପା ମହାରଣା କମାର ସେବକଙ୍କ ମସ୍ତକରେ ବନ୍ଧାଯାଇ ଅନୁକୂଳ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଏକ ସୁସଜ୍ଜିତ ବିମାନରେ ଯାତ୍ରା କରିଥିଲେ ଚନ୍ଦନ ପୁଷ୍କରିଣୀକୁ। ସେଠାରେ ପହଞ୍ଚିବା ପରେ ଶ୍ରୀଜୀଉ ନନ୍ଦାଭଦ୍ରାର ସୁସଜ୍ଜିତ ନୌକାରେ ଯାତ୍ରା ଆରମ୍ଭ କରିଥିଲେ। ପୁଷ୍କରିଣୀ ମନ୍ଦିରର ଚତ୍ରୁପାର୍ଶ୍ୱ ଭ୍ରମଣ କରିବାପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ସୁବାସିତ ପୁଷ୍ପ ଏବଂ ଅଗୁରୁ କୁଣ୍ଡ ଜଳରେ ସର୍ବାଙ୍ଗ ଚନ୍ଦନ ଲାଗି ହୋଇ ସ୍ନାନ କରିଥିଲେ। ଯାତ୍ରାର ଲୋକ କଥା ଅନୁସାରେ ଅତ୍ୟଧିକ ଗ୍ରୀଷ୍ମରୁ ରକ୍ଷା ପାଇଁ ପ୍ରଭୁ ଏହି ଯାତ୍ରା କରିଥାନ୍ତି। ରାତ୍ର ପର୍ଯ୍ୟନ୍ତ ସ୍ନାନ ନୀତି ଚାଲିଥାଏ। ପରେ କେଳି କାକରା ଡାଳିମ୍ବ ପଣା ଭୋଗପରେ ବିଶ୍ରାମ ଟୁଙ୍ଗିରେ ବିଶ୍ରାମ ନିଅନ୍ତି ପ୍ରଭୁ। ବିଶ୍ରାମ ପରେ ମନ୍ଦିରକୁ ବାହୁଡ଼ି ଆସନ୍ତି ଶ୍ରୀଜୀଉ। ଏହାପରେ ବଡସିଂହାର ରୀତିନୀତି ସମ୍ପନ୍ନ ସହ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ରାତ୍ର ୧୧ଟା ବେଳକୁ ପହୁଡ଼ ପଡ଼ିଥାଏ ବୋଲି ଶ୍ରୀବଳଦେବଜୀଉଙ୍କ ଟ୍ରଷ୍ଟବୋର୍ଡ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

Next Post

କବି ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ

Thu May 1 , 2025
କେନ୍ଦ୍ରାପଡ଼ା, ୩୦ା୪: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦ୍ରାପଡାର ମିଳିତ ଆନୁକୁଲ୍ୟରେ କବି ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading