
କେନ୍ଦ୍ରାପଡ଼ା,୨୫/୩: ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ଫାଇନାନସିଆଲ ଭାଲିଡେସନ ଆକ୍ଟ-୨୦୨୫ ବିରୁଦ୍ଧରେ ଏକ ସ୍ମାରକ ପତ୍ର ସଂଘର ସଭାପତି ଡ଼ ଉପେନ୍ଦ୍ର ନାଥ ପ୍ରଧାନ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଅଛି । ପ୍ରଥମେ ସଂଘର ଉପଦେଷ୍ଟା ଅଜୟ ସାମଲ, ଉପସଭାପତି ଡ଼ ଦିଲ୍ଲୀପ କୁମାର ମିଶ୍ର ଓ ଅନ୍ୟମାନେ ଭାରତ ସରକାରଙ୍କ ଅଗଣତାନ୍ତ୍ରିକ ଓ ଅବସରପ୍ରାପ୍ତ କର୍ମଚାରୀ ପେନ୍ସନ ବିରୋଧୀ ଆକ୍ଟ – ୨୦୨୫ ବିରୁଦ୍ଧରେ ସବିଶେଷ ଆଲୋଚନା କରିଥିଲେ ଓ ସୋଗ୍ଲାନ ମଧ୍ୟ ପ୍ରଦାନ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲା ତଥା ସମସ୍ତ ବ୍ଲକର କର୍ମକର୍ତ୍ତା ମାନେ ଓ ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀକାନ୍ତ ସାହୁ, ସୁରେଶ ପଟ୍ଟନାୟକ, ପ୍ରବୀର ପତି, ଧୀରେନ ବେହେରା, ମଧୁସୂଦନ ବାରିକ, ଡ଼ ଚୈତନ୍ୟ ଚରଣ ପରିଡା, ପ୍ରଫୁଲ୍ଲ ପତି, ଶ୍ରୀ ନିବାସ ପରିଡା, ପିତାମ୍ବର ଜେନା, ପ୍ରସନ୍ନ ସାହାଣୀ, ଗୋଲଖ ଚନ୍ଦ୍ର ମହାଭୋଇ, ପ୍ରଭାକର ସାମଲ, ବୈଷ୍ଣବ ଚରଣ ସ୍ୱାଇଁ, ପ୍ରହ୍ଲାଦ ଜେନା, ଗୈାରାଙ୍ଗ ସାହୁ, ଅଞ୍ଜନ ଶତପଥି, ଭାସ୍କର କର, କୃଷ୍ଣଚନ୍ଦ୍ର ଜେନା, ବିପିନ ବିହାରୀ ଖୁଣ୍ଟିଆ, ନିରଞ୍ଜନ ମହାନ୍ତି, ଶରତ ରାଉତ, ଶ୍ରୀଚରଣ ସାମଲ, ଡ଼ ବାସୁଦେବ ଦାସ, ନବଘନ ମହାରଣା, ଗଣେଶ୍ୱର ପୃଷ୍ଟି, ଗୈାରାଙ୍ଗ କର, ରତ୍ନାକର ଦାସ, ଧରଣୀଧର ନାୟକ, ପି.କେ. ଲେଙ୍କା, ନୃସିଂହ ତ୍ରିପାଠୀ, ଦିବାକର ମହାରଣା, ରାମଚନ୍ଦ୍ର ପତି, ବିଜୟ କୁମାର ସ୍ୱାଇଁ, ଅଲେଖ ଚନ୍ଦ୍ର ମହାନ୍ତି, ସତ୍ୟାନନ୍ଦ ସ୍ୱାଇଁ, ପ୍ରମୁଖ ଉପସ୍ଥିତଥିଲେ ।
