
କେନ୍ଦ୍ରାପଡା,୨୯/୪: ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପ୍ରତୀକ ଧାରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବି ପତ୍ର ଦିଆଯାଇଥିଲା । ଜିଲ୍ଲା ସଂଘର ସଭାପତି ହିମାଂଶୁ ଶେଖର ନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ରାଧାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ସଭାପତି କହିଥିଲେ ଯେ ଉତ୍ତର ପ୍ରଦେଶ, ବିହାର, ଆସାମ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ୧୦,୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃଦ୍ଧିଗତ ଅଭୟତା ଭଳି ନାନାଦି ଆର୍ôଥକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ଓଡ଼ିଶା ସରକାର ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟଳ ମୌଳିକ ସୁବିଧାରୁ ସାମ୍ବାଦିକମାନଙ୍କୁ ବଞ୍ôଚତ କରାଯାଇଛି । ଏହା ଦର୍ଶାଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାଁନ୍ତି । ଏହି ସନ୍ଦର୍ଗରେ ପୂର୍ବ ସରକାର ସମୟରେ “ଉତ୍କଳ ସମ୍ବାଦିକ ସଂଘ ପକ୍ଷରୁ ନିରନ୍ତରେ ଧାରଣ, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଧସ୍ୱୀକୃତି କମିଟି ପୁନର୍ଗଠନ ସହିତ ପ୍ରବଳିତ ଆଇନରେ ସଂଶୋଧନ ପୂର୍ବଳ ଜିଲ୍ଲା ଓ ରାଜ୍ୟସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯିବା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା, ୬୦ ବର୍ଷରୁ ଅଧିକ ବୟସ୍କ ସମାଦିକମାନଙ୍କ ପାଇଁ ମାସିକ ଅନ୍ୟୁନ ପନ୍ଦର ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯିବା, ଓଡ଼ିଶା ପ୍ରେସ୍ ଏକାଡେମୀ ଗଠନ ପୂର୍ବକ ଭୁବନେଶ୍ୱରରେ ଭବନ ନିର୍ମାଣ କରିବା ଇତ୍ୟାଦି ଦାବି କରିଥିଲେ । ଏହି ଧାରଣାରେ ଜିଲ୍ଲାର ସାମ୍ବାଦିକମାନେ ଯୋଗଦେଇଥିଲେ ।
