କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ ତିନିମୂହାଣୀରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା

blank
କେନ୍ଦ୍ରାପଡା ତା.୧୩/୮: କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହାପୁରୁଷଙ୍କ ବଳିଦାନକୁ ମନେପକାଇବା ତଥା ନାଗରିକମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତିର ଜାଗ୍ରତ କରାଇବା ଉଦେଶ୍ୟ ଆଭିମୁଖ୍ୟ ନେଇ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାଟି ତିନିିମୁହାଣୀ, କଜଳା, ମହିପାଳ, ନୂଆ ବସଷ୍ଟାଣ୍ଡ, କାକଟ ଛକ, ବଡହାଟ ଆଦି ସହରାଚଁଳ ଛକ ଅତିକ୍ରମ କରି ପୁରୁଣା ବସଷ୍ଟାଣ୍ଡରେ ଶେଷ ହୋଇଥିଲା। ଦେଶପ୍ରତି ତ୍ୟାଗ ବଳିଦାନ ଦେଇଥିବା ବୀର ମହାପୁରୁଷଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡା ଜିଲ୍ଲା ଭାଜପା ସଭାପତି ଶସାଙ୍କ ଶେଖର ସେଠୀ, ଜିଲା ଭାଜପା ସାଧାରଣ ସଂପାଦକ ଅମିତାଭ ସୂଆର, ଭାରତଭୁଷଣ ଦାସ, ଅଭିମନ୍ୟୁ ଗୋଛାୟତ, ଜିଲା ଭାଜପା ମହିଳା ମୋର୍ଚା ସଭାନେତ୍ରୀ ଜ୍ୟୋତ୍ସାରନୀ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତାଞ୍ଜଳୀ ସେଠୀ ପ୍ରମୁଖ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ କେନ୍ଦ୍ରାପଡା ମହାବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading