
ପଟ୍ଟାମୁଣ୍ଡାଇ ୧୨/୨ -କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି । ଏହାର ପ୍ରଭାବ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକଠାରେ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ରାଜ୍ୟ କଂଗ୍ରେସ ନିର୍ଦ୍ଧେଶରେ ପଟ୍ଟାମୁଣ୍ଡାଇ କଂଗ୍ରେସର ସମର୍ଥନ ଥିବା ଦେଖାଯାଇଛି । ଏହି ବନ୍ଦ ସକାଳ ୮ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥି ଯୋଗୁଁ କଟକ-ଚାନ୍ଦବାଲି ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତାମାନେ ରାସ୍ତା ଅବରୋଧ କରି କେନ୍ଦ୍ର ସରକାର ବିରୁଦ୍ଧରେ ନାରା ବାଜି କରିବା ସହିତ ବିଜୁପଟ୍ଟନାୟକ ଛକରେ ଏକ ପଥପ୍ରାନ୍ତ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ ଚାଷୀ ମାରଣ ନୀତିକୁ ଦୃଢ ବିରୋଧ କରିଥିଲେ । କେନ୍ଦ୍ର ଭାଜପା ସରକାର ଆମେରିକା ସହ ଭାରତର ବହୁ ପ୍ରତୀକ୍ଷିତ ଟ୍ରେଡ୍ ଡିଲ୍ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନହେବାକୁ ଯାଉଛି। ଏହା ଏକ ଟ୍ରେଡ୍ ଡିଲ୍ ନୁହେଁ ବରଂ ଆମେରିକା ଚାପରେ ସରକାରଙ୍କ ଆତ୍ମସମର୍ପଣ ବୋଲି ନବନର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସଭାପତି ଦାଶରଥି ସାହୁ ପ୍ରକାଶ କରି ଏହି ଡିଲ୍ ଦ୍ୱାରା ଭାରତୀୟ ଚାଷୀ ଏବଂ ଶ୍ରମିକଙ୍କ ସ୍ୱାର୍ଥକୁ ବଳି ପକାଯାଇଥିବା ଅଭିଯୋଗ ଉଠାଇଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତି କେନ୍ଦ୍ର ଭାଜପା ସରକାର ଦ୍ୱାରା ୨୯ଟି ଶ୍ରମ ଆଇନ୍କୁ ଉଚ୍ଛେଦ କରି ପ୍ରଣୟନ କରାଯାଇଥିବା ଶ୍ରମିକ ବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ୪ଟି ଶ୍ରମକୋଡ୍କୁ ବାତିଲ କରିବା, ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୫କୁ ପ୍ରତ୍ୟାହାର, ଭିବି-ଜି ରାମଜି ଆଇନ ବଦଳରେ ମନରେଗା ଲାଗୁ, ଚାଷୀ ଓ କୃଷି ଶ୍ରମିକଙ୍କୁ ସୁରକ୍ଷା ସହ ବିହନ ବିଲ ୨୦୨୫ ପ୍ରତ୍ୟାହାର, ସ୍ୱାମିନାଥନ କମିସନ ଅନୁସାରେ ଏମଏସପି ଲାଗୁ, ସମାନ କାମକୁ ସମାନ ଦରମା, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ଆଇନଗତ ସୁରକ୍ଷା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଦରଦାମ ଓ ବେକାରୀ ନିୟନ୍ତ୍ରଣ, ସାଂପ୍ରଦାୟିକ ବିଦ୍ୱେଷ , ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରାଇବା ପାଇଁ ସେ ଦାବୀ ଉଠାଇଛନ୍ତି । ସିପିଏମଆଇ ଲିବରେସନ ଜିଲା ସଭାପତି ଶ୍ରୀକାନ୍ତ ଲେଙ୍କା ମଂଟୁ ଧଳ, ପ୍ରକାଶ ମଲିକ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରି କମ୍ପାନୀ ଓ କର୍ପୋରେଟ ପ୍ରୀତି ଯୋଗୁ ଶ୍ରମିକ ମାନଙ୍କୁ ଅଣଦେଖା କରାଯାଉଛି ବୋଲି କହିଥିଲେ । ମାତ୍ର ଏହି ବନ୍ଦପାଳନକୁ ଭଣ୍ଢୁର କରିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଠା ଜାରିରହିଛି ବୋଲି କହି ବିଗତ ଦିନ ମାନଙ୍କରେ ଆମ୍ବୁଲାନ୍ସ ଅଳଭା ଗଣ୍ଡାକିଆ ଦେଇ କେନ୍ଦ୍ରାପଡା ମୂଖ୍ୟ ଡାକ୍ତରକାନା ଯାଉଥିବା ବେଳେ ଆଜି ବାରମ୍ବର ଏହି ବାଟଦେଇ ଚଳପ୍ରଚଳ କରୁଛି । ଅନ୍ୟପକ୍ଷରେ ମଧ୍ୟାହ୍ନରେ ଜଣେ ପୋଲିସ କର୍ମଚାରୀ ସାଧାପୋଷାକରେ ବିକ୍ଷୋଭକାରୀଙ୍କ ବାରିକେଟ ଠେଲି ପ୍ରବେଶକୁ ନେଇ ଓ ପୋଲିସ ମଧ୍ୟରେ କିଛି ସମୟପାଇଁ ଠେଲାପେଲା ଦୃଶ୍ୟ ସାମନାଙ୍କୁ ଆସିଥିବା ବେଳେ ପୋଲିସ ବିରୋଧ ବିକ୍ଷୋଭକାରୀ ନାରାବାଜି ଦେଇଥିବା ଦେଖିବାକୁ ମିଳିଥିଲା ।ଏହି ବନ୍ଦପାଳନରେ ନବନିର୍ମଣ କୃଷକ ସଂଗନର ଶିଶିର ଓଝା, ଅନ୍ତର୍ଯ୍ୟାମି କୁଣ୍ଡ, ନକୁଳ ସାହୁ ସମେତ ବହୁ କର୍ମକର୍ତା ସମିଲ ଥିବା ବେଳେ କଂଗ୍ରେସ ପକ୍ଷରୁ ଜିଲା କଂଗ୍ରେସ ସଂପାଦକ ରବିନାରାୟଣ ମିଶ୍ର, ଅଶ୍ୱନୀ ପାତ୍ର, ଜିଲା କଂଗ୍ରେସ ସାଧାରଣ ସଂପାଦକ ସର୍ବଶ୍ୱେର ସେଠୀ, ପ୍ରତାପ ମଣ୍ଡଳ, ସୌଭାଗ୍ୟ ରାଉତ ସମେତ କୃଷକନେତା ବିଜୟ ଦାସଙ୍କ ସହ ଶତାଧିକ କର୍ମକର୍ତା ସାମିଲ ହୋଇଥିଲେ । ହେଲେ ମଧ୍ୟହ୍ନ ପର୍ଯ୍ୟନ୍ତ ବଜାରଘାଟ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ସ୍କୁଲ କଲେଜ ଖୋଲାରହିଛି । ମାତ୍ର ଶିକ୍ଷୟତ୍ରୀ/ଶିକ୍ଷକ, ଅଧ୍ୟାପିକା/ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାପା କମଥିବା ନେଇ ବିଇଓ ଅଜିତ ବାରିକ ସୁଚନା ଦେଇଛନ୍ତି ।
