
ପଟ୍ଟାମୁଣ୍ଡାଇ ତା ୨୦/୭- ଚଳିତ ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଲୋକମାନେ ପ୍ରାୟ ୧ସପ୍ତାହ ଧରି ଜଳବନ୍ଦୀ ହୋଇ ଦୁର୍ଦଶା ଭୋଗ କରୁଥିବାବେଳେ ଗୃହ ପାଳିତ ପଶୁ ମାନେ ବିଲକୁ ଚାରିବାକୁ ଯାଇ ପାରୁନାହାନ୍ତି । ବନ୍ୟାଞ୍ଚଳର ଚାରିଆଡେ କୁମ୍ଭୀର ଦେଖା ଦେଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ସମ୍ପର୍କରେ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ ପାଇଁ ଜନମଞ୍ଚ ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ନିର୍ଦେଶରେ ଜନମଞ୍ଚ ସଦସ୍ୟ ଅଭିମନ୍ୟୁ ମଲ୍ଲିକ, ମଳୟ ଓଝା,ଗୋକୁଳ ରାଉତ, ସର୍ବେଶ୍ୱର ସେଠୀ, ଶଶିକାନ୍ତ କୁଣ୍ଡ, ସରୋଜ ପଣ୍ଡା ପ୍ରମୁଖ ବନ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରି ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାର ବିପନ୍ନ ଲୋକମାନଙ୍କୁ ପର୍ଯ୍ୟାପ୍ତ ରିଲିଫ, ଗୋ ଖାଦ୍ୟ ଯୋଗାଇ ଦେବା ସହିତ କୁମ୍ଭୀର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଜନମଞ୍ଚ ପକ୍ଷରୁ ଦାବୀ କରାଯାଇଛି ।
