
ଡେରାବିଶ ୨୭/୯ ବେବର୍ତ୍ତା ଅଜୟ ଦାସ- ଡେରାବିଶ ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର ନାବାଳକ ଛାତ୍ର ହିତେଶ ପଣ୍ଡା (୧୬)ପୋଖରୀ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ବଲିଆ ଗ୍ରାମ ଏବଂ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ବାଲିଆ ଗ୍ରାମର ନିରଞ୍ଜନ ପାଣ୍ଡାଙ୍କ ପୁଅ ହିତେଶ ରବିବାର ସକାଳ ପ୍ରାୟ ୯ଟା ସମୟରେ ନିଜ ନିତ୍ୟକର୍ମ ସାରି ଗାଧୋଇବା ପାଇଁ ଗ୍ରାମର ପୋଖରୀକୁ ଯାଇଥିଲେ। ପୋଖରୀ ତୁଠରେ ଗାଧୋଉଥିବା ସମୟରେ କୌଣସି କାରଣବଶତଃ ତାଙ୍କର ଗୋଡ଼ ଖସିଯିବାରୁ ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଦେରାବିଶ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ଖୋଜାଖୋଜି ପରେ ପୋଖରୀ ମଧ୍ୟରୁ ହିତେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଦେରାବିଶ ଗିଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଡେରାବିଶ ଥାନା ପୋଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି । ହିତେଶଙ୍କର ଏପରି ଆକସ୍ମିକ ଓ ଅକାଳ ମୃତ୍ୟୁରେ ତାଙ୍କ ବାପା-ମା’ ଏବଂ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତିା
