ଭଗବତୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଭେଟଘାଟ

blank
ଡେରାବିଶ ୨୪/୧୨ଦେବର୍ତା ଅଜୟ ଦାସ -ଡେରାବିଶ ବ୍ଲକ ରଘୁଦେଇପୁର ପଂଚାୟତ ଅନ୍ତର୍ଗତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେଲାରପୁରର ୧୯୭୬ ମସିହା ବ୍ୟାଚ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁ ମିଳନ ରାଜନଗର ଗ୍ରାମର ରାମ୍ ବାଗ ମଠରେ ପୂଜାର୍ଚ୍ଚନା କରିବା ସହ ଏକ ଭୋଜିର ଆୟୋଜନ ହୋଇଥିଲା। ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ଅନାମ ଚରଣ ସାମଲଙ୍କ ନେତୃତ୍ୱରେ ଦିର୍ଘ ୪୯ ବର୍ଷପରେ ଛାତ୍ରୀଛାତ୍ର ମାନେ ଏକତ୍ରୀତ ହୋଇଥିଲେ । କିଏକିଏ ସରକାରୀ ଚାକିରୀରୁ ଅବସର ନେଲେଣି ତ କାହାର ମୁଣ୍ଡ ଓ ନିସରେ ପାଚିଲା ଚୁଟି ହେଲାଣି । ପ୍ରାୟ ସମସ୍ତଙ୍କୁ ବୟସର ଅପରାହ୍ନ ଛୁଇଁବାକୁ ଗଲାଣି । ପ୍ରାୟତ ସମସ୍ତେ ନାତି ନାତୁଣୀ ହେଖି ସାରିଲେଣି । ତଥାପି ଏମାନେ ବନ୍ଧୁ । ଏଠାରେ ପ୍ରାୟତ ସମସ୍ତଙ୍କର ଭେଟ ଘାଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ବାରି ହେଉଥିଲା ସେଦିନର ୧୫ ବର୍ଷିୟ ଚପଳତା ଓ ଭାବ ବିହ୍ୱଳ ପରିବେଶ । ଏକତ୍ରିତ ହୋଇ ଭୋଜିଖାଇ ମଉଜ ମଧ୍ୟ କରିଥିଲେ । ଏହି ବନ୍ଧୁ ମିଳନରେ ରମାକାନ୍ତ ମଲ୍ଲିକ,ବାସନ୍ତୀ ଦାଶ,ପ୍ରଫୁଲ୍ଲ ନାୟକ,ଗୋବିନ୍ଦ ଚନ୍ଦ୍ର ମଳିକ,ଦିବାକର ପଲେଇ,ପରୀକ୍ଷିତ ମଲ୍ଲିକ,ଅନାମ ଚରଣ ସାମଲ,ଦାଶରଥି ଦାଶ,ତ୍ରିଲୋଚନ କର,ଉଦ୍ଧବ ଚରଣ ସାହୁ,ଶତ୍ରୁଘନ ପୃଷ୍ଟି,ପରୀକ୍ଷିତ ବେହେରା ,ରମେଶ ଚନ୍ଦ୍ର ସାହୁ ଏବଂ ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Next Post

କନିକା ବ୍ଲକ ଅଞ୍ଚଳରେ ସରକାରଙ୍କ ମଦଦୋକାନ ଖୋଲିବାକୁ ବିରୋଧ

Wed Dec 24 , 2025
କେନ୍ଦ୍ରାପଡ଼ା,୨୪ା୧୨:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ସରକାର ପନ୍ଦରଟି ନୂଆ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ଏହା ବିରୋଧରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ଥିବା ବେଳେ ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତିବାଦ ଦରଖାସ୍ତ ଦାଖଲ କରାଯାଇଛି। ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଭାଗୀରଥି ଜେନା, ଆଳି ବ୍ଲକ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ସମ୍ପାଦକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading