
କେନ୍ଦ୍ରପଡ଼ା ୭/୩ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏପ୍ରିଲ ୨ରୁ ୩ ଦିନ ଧରି ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ଏଥିନେଇ ଆଲ୍ୟୁମିନି ଆସୋସିଏସନର ନୂର୍ତ୍ତନ କର୍ମକର୍ତର୍ା ଚୟନ ପ୍ରକ୍ରୀୟା ହୋଇଛି । ମାତ୍ର ଏହାକୁ କେତେଜଣ ପୁରାତନ ଛାତ୍ର ବିରୋଧ କରି ଶନିବାର ଏ ସମ୍ପର୍କରେ ଉପଜିଲାପାଳ ତଥା ମହା ବିଦ୍ୟାଳୟର ପରିଚଳନା କମିଟିର ସଭାପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ସେମାନେ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ୧୯୭୦ରେ ସ୍ଥାପନା ହୋଇଥିଲା । ୨୦୨୦ରେ ୫୦ବର୍ଷ ହେଇ ଥିବା ବେଳେ ମହାମାରି କରୋନା କାରଣରୁ ନିରାଡ଼ମ୍ବର ଭାବେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିଲା । କରୋନା ମହାମାରୀ କଟକଣା ଓ ସରକାରଙ୍କର ମାର୍ଗ ଦର୍ଶିକାକୁ ଅନୁସରଣ କରାଯାଇ ପୂରାତନ ଛାତ୍ରୀଛାତ୍ର ସାଧାରଣ ନାଗରିକ ଏବଂ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ। ମାତ୍ର ଚଳିତ ବର୍ଷ ଆସନ୍ତା ଏପ୍ରିଲରେ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ଚାଲିଛି। ଗତ ୫ ଦଶନ୍ଦିରୁ ଉର୍ଦ୍ଧ୍ୱ ଏହି ଶିକ୍ଷାନୁଷ୍ଠାନରେ ବହୁ ପ୍ରତିଭା ଉର୍ତ୍ତିଣ୍ଣ ହୋଇ ସାମାଜିକ ସ୍ତରରେ ଖ୍ୟାତବାନ ହୋଇଛନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ୫୬ ବର୍ଷର ପୂର୍ତ୍ତୀ ପାଇଁ ଅର୍ଥ ଆତ୍ମସାତର ଏକ ମନ୍ଦ ଉଦ୍ଦେଶ୍ୟ ରଖି ସର୍ବ ସାଧାରଣ ଠାରୁ ଅର୍ଥ ଆଦାୟ କରି ଏକ ବ୍ୟାଙ୍କ୍ ଜମା ବହି ଖୋଲି, ଅର୍ଥ ଜମା କରୁଛନ୍ତି। କଲେଜ ଛାତ୍ରୀ ଛାତ୍ର ଠାରୁ ପ୍ରତି ବର୍ଷ ଡୋନେସନ୍ ଆକାରରେ ଆଦାୟ ହେଉଥିବା ଲକ୍ଷ ଲକ୍ଷ ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରି ଚାଲିଛନ୍ତି। ଅଧ୍ୟକ୍ଷ ମହାଶୟଙ୍କର ଚାକିରିକାଳ ଆସନ୍ତା ଏପ୍ରିଲ ୨୦୨୬ ମସିହା ୩୦ ତାରିଖରେ ସମାପ୍ତ ହେଉ ଥିବାରୁ ଏପ୍ରିଲ ମାସର ୩,୪, ୫ ତାରିଖରେ ୨ ୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ନାମରେ ମହାବିଦ୍ୟାଳୟର ଅର୍ଥ ଆତ୍ମସାତ କରିବାକୁ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ସେମାନେ ଦାବୀରେ ଉଲେଖ କରିବା ସହିତ ବର୍ତ୍ତମାନର ଅଧ୍ୟକ୍ଷ ପୂର୍ବରୁ ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ତାଙ୍କର କାର୍ଯ୍ୟଶୈଳୀ, ଶିକ୍ଷାଦାନ ପଦ୍ଧତି ବିବାଦୀୟ ହେବାରୁ ତାଙ୍କୁ ଏହି ମହାବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରାଯାଇଥିଲା ବୋଲି ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟ ପୁରାତନ ଛାତ୍ରୀଛାତ୍ର ସଂସଦର ପୂର୍ବତନ ସଭାପତି ଆଇନଜୀବୀ ଗୋପୀନାଥ ତ୍ରିପାଠୀ କିଶୋର ଚନ୍ଦ୍ର ସ୍ୱାଇଁ, ସତ୍ୟପ୍ରିୟ ସାମଲ, ବିଶ୍ୱନାଥ ସାହୁ, ତପନ ପାତ୍ର, ପ୍ରମୋଦ କୁମାର ସ୍ୱାଇଁ, ବିରଞ୍ଚି ନାରାୟଣ ଦାସ, ଦିବେଶ ମଲିକ୍ ଓ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହି ଉପଜିଲାପାଳ ଅରୁଣ ନାୟକଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ପରୁାତନ ଛାତ୍ରୀଛାତ୍ର ଉଦ୍ୟମରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିନେଇ କଲେଜ ଅଧ୍ୟାପକ, କର୍ମଚାରି, ପରିଷଦ ଓ ପରିଚଳନା କମିଟିର ସଭାପତିଙ୍କ ଅନୁମୋଦନ ମିଳିଥିବା ସେ କହିଛନ୍ତି ।
