ଭାଇଚାରାର ଅନନ୍ୟ ଉଦାହରଣ ଗଜଲକ୍ଷ୍ମୀ ପୂଜା, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ

blank

କେନ୍ଦ୍ରାପଡ଼ା,୭ା୧୦:କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମଙ୍ଗଳବାର କେନ୍ଦ୍ରାପଡ଼ା ପୌରସଂସ୍ଥା ଟାଉନ ହଲରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏଥିରେ ଅଧ୍ୟକ୍ଷତା କରି କହିଲେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ହେଉଛି ଭାଇଚାରାର ଅନନ୍ୟ ଉଦାହରଣ। ଏହି ଭାଇଚାରାର ଉତ୍ସବକୁ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାଙ୍କୁ ନିବେଦନ କରିଥିଲେ। ଆଇନର ପରିଧି ମଧ୍ୟରେ ରହି ସମସ୍ତେ ଏହି ଗଣପର୍ବକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିବାକୁ ଜିଲ୍ଲାପାଳ କହିଥିଲେ। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଲେ ଗୁରୁତ୍ୱପୂର୍ଣ ସ୍ଥାନ ଗୁଡିକରେ ସିସିଟିଭି ଲଗାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ, ଚୋରି ଓ ଅସାମାଜିକ ତତ୍ୱକୁ ମୁକାବିଲା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହେବେ। ଭିଡ଼ ଭିତରେ କୌଣସି ଆକ୍ଷେପକୁ ନେଇ ଗଣ୍ଡଗୋଳ ହେଲେ ତାହାକୁ ଗୁରୁତ୍ୱର ସହ ନିଆଯିବ। କାରଣ ସାଦା ପୋଷାକରେ ପୋଲିସ କର୍ମଚାରୀମାନେ ବଡି କ୍ୟାମେରା ନିଜ ଦେହରେ ଲଗାଇ ଡ୍ୟୁଟି କରୁଛନ୍ତି। ଏହି ପ୍ରମାଣକୁ ଆଧାର କରି ମାମଲା ରୁଜୁ ହେବ। ଏଥିସହ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଲଣ ଏବଂ ଭସାଣୀ ଉତ୍ସବରେ ରାତି ୧୨ ଟା ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଇବା ନିମନ୍ତେ ଆବଶ୍ୟକ ଅନୁମତି ପ୍ରଦାନ କରାଯିବାକୁ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଥିଲା। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ମଗାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଡିଏସପି (ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, କେନ୍ଦ୍ରାପଡ଼ା ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି,ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ ରଣସିଂହ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ, କର୍ମକର୍ତ୍ତା, ବୁଦ୍ଧିଜୀବୀ, ଶାନ୍ତି କମିଟି ସଦସ୍ୟ, ସମାଜର ବିଭିନ୍ନ ବର୍ଗର ଲୋକମାନେ ଉପସ୍ଥିତ ରହି ଗଜଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଗଠନମୂଳକ ମତାମତ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଗଜଲକ୍ଷ୍ମୀ ପୂଜା ଅବସରରେ ମେଲୋଡି, ମେଲଣ, ଶୋଭାଯାତ୍ରା ଏବଂ ଭସାଣି କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ତିନୋଟି ସମନ୍ୱୟ କମିଟି ଗଠନ କରାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା।

Next Post

ପଟ୍ଟାମୁଣ୍ଡାଇରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ

Thu Oct 9 , 2025
ପଟ୍ଟାମୁଣ୍ଡାଇ ୯/୧୦ – ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଗୁରୁବାର ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ପ୍ରତିମୂର୍ତିିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଚିତବିନୋଦନ ଗୃହ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ ହୋଇଛି । ବରିଷ୍ଠ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading