ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

blank
ପଟାମୁଣ୍ଡାଇ-ତା ୩୧/୩- ପଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମନ୍ମଥନାଥ ଉଚ୍ଚବିଦ୍ୟାଳୟ ର ରାଜ୍ଯପାଳ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଦିବଂଗତ ସନାତନ ବେହୁରା ଓ କଷଣଅଣ୍ଟା ହାଇସ୍କୁଲ ର ପ୍ରାକ୍ତନ କିରାଣୀ ଦିବଂଗତ ନିମାଇଁ ଚରଣ ସ୍ବାଇଁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଞ୍ଚ ବରିଷ୍ଠ ଉପଦେଷ୍ଟା ଡ. କେଳୁ ଚରଣ ସ୍ବାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯେଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ସଂପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ବାଇଁ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ , ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା ପ୍ରଫେସର ନରହରି ଲେଙ୍କା,ପ୍ରଦୀପ କୁମାର ରଥ, ପାବନୀ କୁମାର ରାଉତ, ବିଜୟ କୁମାର ରାଉତ, ଇଂ ତପନ କୁମାର ପାତ୍ର, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ପ୍ରମୋଦ କୁମାର ନାୟକ, ଜଗନ୍ନାଥ ନାୟକ, ଗୋକୁଳ ଚନ୍ଦ୍ର ରାଉତ , ନିହାର ରଞନ ବେହୁରା, ସଞ୍ଜୟ କୁମାର ବର୍ମା, ଆଦ୍ୟାଶା ରାଉତ ପ୍ରମୁଖ ଭାଷଣ ଦେଇ ଦିବଂଗତ ଆଦର୍ଶ ଶିକ୍ଷକ ସନାତନ ବେହୁରା ଓ ଦିବଂଗତ କିରାଣୀ ନିମାଇଁ ଚରଣ ସ୍ୱାଇଁଙ୍କ ପଟାମୁଣ୍ଡାଇ ଅଞ୍ଚଳ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ସେମାନଙ୍କ ସର୍ମପିତ ସମାଜସେବା ଜନ ମାନସରେ ଅଭୁଲା ହୋଇ ରହିବ ବୋଲି ମତପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ I

Next Post

ନିଖୋଜ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

Fri Apr 3 , 2026
କେନ୍ଦ୍ରାପଡ଼ା ୩/୪- – କେନ୍ଦ୍ରାପଡ଼ା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ବର୍ଷୀୟ ନାବାଳିକା ସ୍କୁଲ ଛାତ୍ରୀଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ କେନାଲରୁ ପୋଲିସ  ଉଦ୍ଧାର କରିଛି। କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ନିଜେ ଉପସ୍ଥିତ ରହି ମାମଲାର ତଦାରଖ କରୁଥିବା ବେଳେ ଘଟଣାଟି ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। କେନ୍ଦ୍ରାପଡ଼ା ଜିଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading