ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀଙ୍କ ବିୟୋଗରେ ସ୍ମୃତିସଭା

blank
କେନ୍ଦ୍ରାପଡା ୪/୪: ସାମ୍ବାଦିକ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସାହାଣୀ ସାମ୍ବାଦିକତା କ୍ଷେତ୍ରରେ ଏକ ଅମ୍ଳାନ ପ୍ରତିଭା । ସାମ୍ବାଦିକତା ସହିତ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ସାଧାରଣ ଜନତାଙ୍କ ସ୍ୱର ପାଲଟି ଯାଇଥିବା ନାରାୟଣ ସାହାଣୀଙ୍କ ବୃତ୍ତିଗତ ଜୀବନ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଆଜି ହୋଟେଲ ଗୌରିଶଙ୍କର ଠାରେ ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସାହାଣୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ, ବିଜେପି ନେତା ସଞ୍ଜୟ ରଥ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ନାରାୟଣ ସାହାଣୀଙ୍କ ସ୍ମୃତି ଚାରଣ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ଜିଲା ସଭାପତି ସାମ୍ବାଦିକ ହିମାଂଶୁ ଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ଗଣେଶ ଚନ୍ଦ୍ର ସାମଲ, ଧୀରେନ୍ ସାହୁ, ପରେଶ ଦାସ, ପ୍ରଶାନ୍ତ ନାୟକ, ନିରଞ୍ଜନ ମେକାପ, ରାଜେଶ ବେହେରା, ସୁଶାନ୍ତ ନାୟକ, ପଦୀପ ମହାନ୍ତି, ଜଗନ୍ନାଥ ଧଳ, ପ୍ରଭାତ ରଞ୍ଜନ ଜେନା, ପ୍ରଦୀପ୍ତ ମହାନ୍ତି, ସରୋଜ କୁମାର ପରିଡା, ବିରେନ୍ଦ୍ର ଦାସ, ଅଧ୍ୟାପକ ସୁକାନ୍ତ ପ୍ରଧାନ, ସମାଜସେବୀ ଭାଗିରଥୀ ଜେନା, ମାତୃଦତ୍ତ ମହାନ୍ତି, ମନୋଜ ସ୍ୱାଇଁ, ନମିତା ନାୟକ, କ୍ଷିତିଶ ରୋସନ ସିଂ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମହାନ୍ତି, ସୁବାସ ସାହୁ, ରାଧାକାନ୍ତ ମହାନ୍ତି, ପ୍ରଭାତ ପରିଡା,,ସମ୍ବିତ ଦାସ, ଅଜୟ ବେର୍ବତ୍ତା, ପ୍ଳାବନ ସ୍ୱାଇଁ, ରଶ୍ମି ରଞ୍ଜନ ମହାପାତ୍ର, ସନ୍ତୋଷ ପଣ୍ଡା, ସୋମନାଥ ସାହୁ, ଅସିତ ପଣ୍ଡା, ସନ୍ତୋଷ ପୋଥାଳ, ରବି ନାରାୟଣ ପତି, ଲକ୍ଷ୍ମୀକାନ୍ତ ନାୟକ, ମଳୟ ସାହୁ, ହରେକୃଷ୍ଣ ବେହେରା ପ୍ରମୁଖ ଯୋଗଦେଇ ଶ୍ରୀ ସାହାଣୀଙ୍କ ପଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ

Next Post

ମହାକାଳପଡ଼ାରେ ଅନାସ୍ଥା ନାଟକ , ହଠାତ ୯ ସମିତିସଭ୍ୟ କିପରି ହୋଇଗଲେ ଅସୁସ୍ଥ , ସନ୍ଦେହରେ ଉପଜିଲ୍ଲାପାଳଙ୍କ ବିଜ୍ଞପ୍ତି ,ଶିଶୁପାଳ ହେଲେ ଛାୟା ବିଧାୟକ

Fri Apr 4 , 2025
କେନ୍ଦ୍ରାପଡ଼ା,୪ା୪:ମହାକାଳପଡ଼ା ପଞ୍ଚାୟତ ମସିତିରେ ଯେଉଁ ଅନାସ୍ଥା ନାଟକ ଚାଲିଥିଲା ସେଥିରେ ଛାୟା ବିଧାୟକ ଶିଶୁପାଳ ହୋଇଯାଇଥିବା ଜଣାପଡିଛି। ଅର୍ଥାତ ସଂଖ୍ୟା ଗରିଷ୍ଠ ସମିତିସଭ୍ୟ ଯୋଗାଡ଼ କରିବାରେ ବିଫଳ ହେବାରୁ ଅନାସ୍ଥା ହେବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଶନିବାର ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନାସ୍ଥା ନେଇ ଯେଉଁ ଭୋଟ ହେବାର ଥିଲା ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୯ ଜଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading