କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ , ଅବସରଦିନ ପେନସନ ପ୍ରଦାନ

blank

କେନ୍ଦ୍ରାପଡ଼ା,୩୧ା୩:କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅବସରଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ପେନସନ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ବିରସ୍ୱତୀ ଉନ୍ନିତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ପେନସନ ମଞ୍ଜୁରୀପତ୍ର ପ୍ରଦାନକରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିସହିତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀଙ୍କ ସମେତ ଏ.ବି.ଇ.ଓ. ବଳଦେବ ପ୍ରସାଦ ଜେନା ଓ ଏ.ବି.ଇ.ଓ. ରଞ୍ଜନ କୁମାର ରାଉତରାୟ ପ୍ରମୁଖ ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କ କର୍ମନିଷ୍ଠା, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା ଓ ସମସ୍ତଙ୍କୁ ଆପଣାରକରି କର୍ମକ୍ଷେତ୍ରରେ ଦାୟିତ୍ୱ ସମ୍ପାଦନ କରିବା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏଥିସହିତ ବୁଢିବିଳାଶୁଣୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଓ ତଳବାରଙ୍ଗ ପ୍ରକଳ୍ପ ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଳା ମହାପାତ୍ରଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସହ ପେନସନ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଇଓଙ୍କ କାର୍ଯ୍ୟାଳୟର ଏସଓ ବିଜ୍ଞାନ କିଶୋର ମିଶ୍ର, ଷ୍ଟାଫ ନବକିଶୋର ଦାସ, ସୂର୍ଯ୍ୟ ବିଶ୍ୱାଳ, ପ୍ରମୋଦ କୁମାର ମଲ୍ଲ ଓ ସୁଜିତ କୁମାର ରାଉତଙ୍କ ସମେତ ଶିକ୍ଷକ ଦୀପକ କୁମାର ବେହେରା, ଅଶୋକ କୁମାର ସାହୁ, ସେକ ଆୟାସୁଦ୍ଦିନ, ସେକ ଫାୟାଜୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

Next Post

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

Tue Mar 31 , 2026
ପଟାମୁଣ୍ଡାଇ-ତା ୩୧/୩- ପଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମନ୍ମଥନାଥ ଉଚ୍ଚବିଦ୍ୟାଳୟ ର ରାଜ୍ଯପାଳ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଦିବଂଗତ ସନାତନ ବେହୁରା ଓ କଷଣଅଣ୍ଟା ହାଇସ୍କୁଲ ର ପ୍ରାକ୍ତନ କିରାଣୀ ଦିବଂଗତ ନିମାଇଁ ଚରଣ ସ୍ବାଇଁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଞ୍ଚ ବରିଷ୍ଠ ଉପଦେଷ୍ଟା ଡ. କେଳୁ ଚରଣ ସ୍ବାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading