ବାଙ୍ଗଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ବଳଦେବ ସେନାର ବିକ୍ଷୋଭ ପ୍ରଦର୍ଶନ

blank
କେନ୍ଦ୍ରାପଡ଼ା,୩୦ା୧୨:ବାଂଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ବଳଦେବସେନା ପକ୍ଷରୁ ମଙ୍ଗଳବାର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସିଂହଦ୍ୱାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଯୋଗ ଦେଇଥିଲେ। ବିକ୍ଷୋଭକାରୀମାନେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟଙ୍କ ସୁରକ୍ଷା ତତ୍କାଳ ନିଶ୍ଚିତ କରାଯାଉ ବୋଲି ଦାବି କରିଥିଲେ। କୌଣସି ଦେଶରେ ଧର୍ମ ଆଧାରରେ ନିରୀହ ଲୋକଙ୍କ ଉପରେ ହିଂସା କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ। ଯେପରି ଭାବେ ବାଂଲାଦେଶୀ ନାଗରିକ ଦିପୁ ଚନ୍ଦ୍ର ଦାସଙ୍କୁ ଗଛରେ ଝୁଲାଇ ଜୀବନ୍ତ ଦଗ୍ଧ କରାଯାଇଥିବା ଘଟଣା ଘଟିଥିଲା ତାହା ଅତ୍ୟନ୍ତ ହୃଦୟବିଦାରକ। ଏହି ଘଟଣା ସମଗ୍ର ହିନ୍ଦୁ ସମାଜକୁ ବିଚଳିତ କରିଛି। ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଭାରତ ସରକାର ତୁରନ୍ତ ବାଂଲାଦେଶରେ ନିର୍ଯାତିତ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଆବଶ୍ୟକ ହେଲେ ସେମାନଙ୍କୁ ଭାରତରେ ଶରଣାର୍ଥୀ ଭାବେ ରହିବାର ଅନୁମତି ଦିଅନ୍ତୁ ବୋଲି ସେନା ପକ୍ଷରୁ ଦାବି କରାଯାଇଛି। ଏହା ସହ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ଦିର ସେବକ ଟ୍ରଷ୍ଟି ନୃସିଂହ ଚରଣ ପତ୍ରୀ, ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ, ମୁଖପାତ୍ର ଜ୍ୟୋତିରଞ୍ଜନ ପତ୍ରୀ, ସେବକ ରାଜେନ୍ଦ୍ର ପ୍ରସାଦ ପତ୍ରୀ ଓ ଅନ୍ୟ ସଦସ୍ୟ ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ପ୍ରକାଶ ଗୋଛୟତ, ଗଣେଶ ଗୋଛୟତ, ସୁବାସ ନାୟକ ଓ ଦିବ୍ୟାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

Wed Dec 31 , 2025
କେନ୍ଦ୍ରାପଡ଼ା,୩୧ା୧୨:କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବକୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିପିଲାମାନଙ୍କୁ ନୈତିକ ଶିକ୍ଷା, ସମାଜସଂସ୍କାର ସହିତ ଖେଳକୁଦରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ପ୍ଲାଷ୍ଟିକକୁ ବର୍ଜ୍ଜନ କରିବା, ସ୍ୱଛତା ରକ୍ଷା, ବିଦ୍ୟାଳୟ ଚର୍ତୁପାଶ୍ୱର୍ ସଫାସୁତୁରା ରଖିବା, ପାଣିକୁ ନଷ୍ଟ ନକରିବା, ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading