
କେନ୍ଦ୍ରାପଡା,୧ା୩: ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସମାଜସେବୀ ପ୍ରଦୀପ କୁମାର ମହାନ୍ତି। କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମପଞ୍ଚାୟତର ଅରଡ ଗ୍ରାମର ଶଶାଙ୍କ ବରାଳଙ୍କ ପୁଅ ୨୫ବର୍ଷିୟ ଯୁବକ ଗଣେଶ ବରାଳ ମୁଖକର୍କଟ ରୋଗରେ ପିଡିତ ହୋଇଥିବା ଖବରକାଗଜରୁ ଜାଣିବା ପରେ ସମାଜସେବୀ ଶ୍ରୀ ମହାନ୍ତି ତାଙ୍କ ବାସଭବନରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ପ୍ରଦାନ ସମୟରେ ସମାଜସେବୀ ନଳିନୀବିହାରୀ ମହାନ୍ତି ଓ ହରେକୃଷ୍ଣ ନାୟକ ଉପସ୍ଥିତ ଥିଲେ। କର୍କଟ ପିଡିତ ଗଣେଶଙ୍କ ଚିକିତ୍ସା ପାଇଁ ବଦାନ୍ୟବ୍ୟକ୍ତିମାନେ ସହାୟତାର ହାତ ବଢାଇବାକୁ ସମାଜସେବୀ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।
