ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡ଼ା,୯ା୪:ଓଡ଼ିଆ ପକ୍ଷର ନବମ ଦିନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଠକୀୟ ଅଭ୍ୟାସ ବୃଦ୍ଧି ପାଇଁ ପୁସ୍ତକ ମେଳା ଓ ପୁସ୍ତକ କ୍ରୟ ଅଭିଯାନ “ଆସ ବହିଟିଏ କିଣିବା” ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ରଘୁରାମ ଆର.ଆୟର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯାନକୁ ସମର୍ଥନ କରିଥିଲେ ଏବଂ ସମସ୍ତଙ୍କୁ ପଢ଼ିବା ଅଭ୍ୟାସ ଗଢ଼ି ତୋଳିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ପୁସ୍ତକ ପଢ଼ିବା ମାନବ ଜୀବନରେ ଜ୍ଞାନ ବୃଦ୍ଧି ସହିତ ସଚେତନତା ଓ ମୂଲ୍ୟବୋଧ ଗଢ଼ି ତୋଳିବାରେ ସହାୟକ। ଏହି ଅବସରରେ ବିଭିନ୍ନ ପ୍ରକାରର ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ପୁସ୍ତକ କ୍ରୟ କରି ଅଭିଯାନକୁ ସମର୍ଥନ ଜଣାଇଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲୀକ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ,ହସ୍ତଶିଳ୍ପ ଉପନିର୍ଦ୍ଧେଶକ ସନ୍ତୋଷ କୁମାର ମହାନ୍ତି, ଡିଡି ପ୍ଲାନିଂ ଆରତୀ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଡେପୁଟୀ କଲେକ୍ଟର ସରୋଜ କୁମାର ବେହେରା, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ କର୍ମଚାରୀ, ଜନସାଧାରଣ, ପାଠକମାନେ ଯୋଗଦେଇଥିଲେ।

Next Post

ରାସ୍ତାରେ ଗୃହନିର୍ମାଣ ସାମଗ୍ରୀ ଅବ୍ୟବସ୍ଥିତ ରୁପେ ରଖାଯାଇ ଟ୍ରାଫିକ ସମସ୍ୟା ଉପୁଜୁଛି

Thu Apr 9 , 2026
ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା  ମୌଳିକ ସୁବିଧାରୁ ବଂଚିତ ପଟ୍ଟାମୁଣ୍ଡାଇ ପୌରାଂଚଳବସୀ   ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲମ୍ବା ଲମ୍ବା ଭାଷଣ ଦିଆଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରଶାରଣ ହେଉଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading