
କେନ୍ଦ୍ରାପଡା, ୧୯/୩- ଓଡ଼ିଶାର ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରଛନ୍ତି । ଏହି ଗସ୍ତରେ ଶିଳ୍ପ ବିକାଶ ଓ ହିତାଧିକାରୀଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ବ୍ଲକ୍ରେ ଚାଲୁଥିବା ସରକାରୀ ଯୋଜନା ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥଳ ପରିଦର୍ଶନ କରିଥିଲେ। ଗସ୍ତ ଅବସରରେ ସେ ଡେରାବିଶ ଓ କେନ୍ଦ୍ରାପଡା ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା,ବସୁଧା ପାନୀୟ ଜଳ ଯୋଜନା, ଓଡ଼ିଶା ଜୀବିକା ମିଶନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର,ମିଶନ ଶକ୍ତି, ବିକଶିତ ଗାଁ ବିକଶିତ ଓଡ଼ିଶା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା କରିଥିଲେ।ସେହିପରି ନିକିରାଇ ଗ୍ରାମପଞ୍ଚାୟତରେ ମୁଗ ଡେମୋନଷ୍ଟ୍ରେସନ, ଜୁଟ୍ ଟ୍ରେନିଂ ସେଣ୍ଟର ବୁଲି ଦେଖିଛନ୍ତି । ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଗସ୍ତ କରି ବିଭିନ୍ନ ଯୋଜନା ଓ ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ତନଖି କରିଥିଲେ ।ଏହି ଗସ୍ତ ସମୟରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକୃଷ୍ଣ ଜେନାଙ୍କ ସମେତ ସମ୍ପର୍କିତ ବିଭାଗୀୟ ଅଧିକାରୀ ଓ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କମିଶନର କ୍ଷେତ୍ରସ୍ତରରେ ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଗୁଣାତ୍ମକ ଓ ସମୟୋପଯୁକ୍ତ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସମ୍ପର୍କିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
