କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟରେ ତିନି ବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିବା ଶାରୀରିକ ଶିକ୍ଷା ଶିକ୍ଷକ ଭରତ କୁମାର ସାହୁଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ଭାବ ବିହୋଳ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନାଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ, ଅଶୋକ କୁମାର ସାହୁ, କ୍ଷୀରୋଦ କର ପ୍ରମୁଖ ଯୋଗ ଦେଇ ଶିକ୍ଷକ ଭରତ କୁମାର ସାହୁ ଜଣେ ଯୋଗ୍ୟ, ମେଳାପି, କର୍ମଠ, ସ୍ନେହୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ ବୋଲି କହିଥିଲେ। ତାଙ୍କ ଉଦ୍ୟମରେ ପିଲାମାନେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ଶିକ୍ଷକ ବଟକୃଷ୍ଣ ବାରିକ୍‌, ଅରୁଣ କୁମାର ବେହେରା, ସୋନାଲିକା ସ୍ୱାଇଁ ପ୍ରମୁଖ ଭରତ ଶିକ୍ଷକ ଶ୍ରୀ ସାହୁଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ତାଙ୍କୁ ଉପଢୈାକନ୍‌, ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ। ମହେନ୍ଦ୍ର ସିଂ, ଗୀତାଞ୍ଜଳୀ ଦାସ, ଅଲେଖ ଜେନା, ମାନିନୀ ବେହେରା, ବିକାଶ ଦାସ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତଙ୍କ ଛଳ ଛଳ ଆଖି ତାଙ୍କ ପ୍ରତି ଥିବା ଭଲ ପାଇବାର ଦୃଶ୍ୟ ମାନ ହେଉଥିଲା। ଶେଷରେ ଶିକ୍ଷକ ଶ୍ରୀ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Next Post

ମୁଖ୍ୟଚିକିତ୍ସାଳୟ ପକ୍ଷରୁ ମାଗଣା ଚିକିତ୍ସା ଶିବିର

Wed Mar 25 , 2026
କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ପୌରାଳିକା ଦୃଷ୍ଟିବାଧିତ ବିଦ୍ୟାଳୟରେ ମାଗଣା ଚିକିତ୍ସା ଶିବିର ଆୟୋଜିତହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ ଯୋଗଦେଇ ଏହାର ଭୂୟସୀ ପ୍ରଶଂସା କରି ଏହା ଦୃଷ୍ଟି ବାଧିତ ପିଲାମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ। ସହରାଞ୍ଚଳ ପ୍ରାଥମିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading