ମୁଖ୍ୟଚିକିତ୍ସାଳୟ ପକ୍ଷରୁ ମାଗଣା ଚିକିତ୍ସା ଶିବିର

blank
କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ପୌରାଳିକା ଦୃଷ୍ଟିବାଧିତ ବିଦ୍ୟାଳୟରେ ମାଗଣା ଚିକିତ୍ସା ଶିବିର ଆୟୋଜିତହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ ଯୋଗଦେଇ ଏହାର ଭୂୟସୀ ପ୍ରଶଂସା କରି ଏହା ଦୃଷ୍ଟି ବାଧିତ ପିଲାମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ। ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ସୁଶ୍ରୀ ଜେନା, ଅଡିଓଲୋଜିଷ୍ଟ ଚନ୍ଦନ ବେହେରା ୨୫ ଜଣ ଦୃଷ୍ଟିବାଧିତ ପିଲାଙ୍କୁ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ। କମୁନିଟି ସୁପର୍‌ଭାଇଜର ସୌମ୍ୟା ପୁଷ୍ପା ମିଶ୍ର, ଆଶା ଅମ୍ବିକାବାଳା ନାଥ, ଏଏନଏମ୍ କନକଲତା ସାହୁ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଶୁ ଦାସ, ଶିକ୍ଷକ ବଟକୃଷ୍ଣ ବାରିକ୍‌, ଅରୁଣ କୁମାର ବେହେରା, ସୋନାଲିକା ସ୍ୱାଇଁ, ଭରତ କୁମାର ସାହୁ, କର୍ମଚାରୀ ମହେନ୍ଦ୍ର ସିଂ, ଗୀତାଞ୍ଜଳୀ ଦାସ, ଅଲେଖ ଜେନା,ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Next Post

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସନାତନ ବେହୁରାଙ୍କ ପରଲୋକ,

Wed Mar 25 , 2026
ପଟ୍ଟାମୁଣ୍ଡାଇ ୨୫/୩- ଓଡିଶାର ବିଶିଷ୍ଟ କବି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନାତନ ବେହୁରାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୭ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶିକ୍ଷକତା କରି ଦେଶ ବିଦେଶରେ ପ୍ରତିଷ୍ଠିତ ବହୁ ସଫଳ ଛାତ୍ର ସୃଷ୍ଟି କରିଛନ୍ତି । ରାଜନଗର ଥାନା ଫିରିକିଦାଣ୍ଡି ତାଙ୍କର ଜନ୍ମଭୂମି ଥିବାବେଳେ ପଟ୍ଟାମୁଣ୍ଡାଇ ପ୍ରହରାଜ ତାଙ୍କର କର୍ମଭୂମି ଥିଲା । ସରକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading