ଜଗନ୍ନାଥପୁର ମା’ବାସନ୍ତୀକଦୁର୍ଗା ପୂଜାରେ କଳସ ଯାତ୍ରା

blank
କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯାଇଥିଲା। ଏହି ଉପଲକ୍ଷେ ସପ୍ତମୀ ତିଥିରେ ବିଲ ବଳରାମପୁର ଲୁଣାନଦୀ ଘାଟରୁ ଜଗନ୍ନାଥପୁର, ପାରାଚକ ଓ ଆଖପାଖ ଗ୍ରାମର ମା’ଓ ଭଉଣୀମାନେ ୧୭୨ଟି କଳସୀରେ ଜଳଆଣି ଏକ ଶୁଶୋଭିତ ଶୋଭାଯାତ୍ରାରେ ମା’ବାସନ୍ତୀକ ପୂଜାସ୍ଥଳକୁ ଆସିଥିଲେ। ଏହି କଳସ ଶୋଭାଯାତ୍ରାର ସର୍ବାଗ୍ରେ ଏକ ସୁସଜ୍ଜିତ ବିମାନରେ ଥିବା ମା’ଙ୍କ ନବପତ୍ରିକା ବିମାନକୁ ୪ଜଣ କାନ୍ଧେଇଥିବା ବେଳେ ଏହାପଛକୁ ମୁଖ୍ୟକଳସ, ନବପତ୍ରିକା କଳସ, ବର୍ଦ୍ଧନୀ କଳସ, ବିନାୟକ କଳସ ଓ ଲକ୍ଷ୍ମୀନାରାୟଣ କଳସକୁ ମୁଣ୍ଡାଇ ଜଣେ ଜଣେ ଗ୍ରାମବାସୀ ଚାଲୁଥିଲେ। ଏହାପଛକୁ ମା ଓ ଭଉଣୀମାନେ କଳସୀ ଧରି ପଛକୁ ପଛ ଏକ ଲମ୍ବା ଧାଡିରେ ହୂଳହୋଳି ଓ ହରିବୋଲ ପକାଇ ଚାଲିଥିଲେ। ଏହି କଳସ ଶୋଭାଯାତ୍ରା ବିଲବଳରାମପୁର ଲୁଣାନଦୀ ଘାଟରୁ କଚେରିପଡା, କଦମ୍ବମୂଳ, ଜଗନ୍ନାଥପୁର ଦେଇ ପ୍ରାୟ ୨ଘଣ୍ଟା ପରେ ପୂଜା ସ୍ଥଳରେ ପହଞ୍ଚିଥିଲା। ଏହି ରାସ୍ତାର ପ୍ରତି ଘର ଦ୍ୱାରମୁହଁରେ ଝୋଟି ଚିତା ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ମୁଖ୍ୟକଳସ ଧରି ଆସୁଥିବା ଭକ୍ତଙ୍କ ସମେତ ଅନ୍ୟମାନଙ୍କ ଗୋଡକୁ ହଳଦିପାଣିରେ ଧୋଇ ଦେଉଥିବା ଦେଖାଯାଇଥିଲା। ସମସ୍ତ ଗ୍ରାମବାସୀ ମା’ବାସନ୍ତୀକ କଳସ ଶୋଭାଯାତ୍ରାକୁ ଭକ୍ତିର ସହ ସ୍ୱାଗତ କରୁଥିବା ଦେଖାଯାଇଥିଲା। ବୁଧବାର କଳସ ଶୋଭାଯାତ୍ରା ପୂଜା ସ୍ଥଳରେ ପହଞ୍ଚିବା ପରେ ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାଯିବା ପରେ ମହାସପ୍ତମୀ ପୂଜା ଅବସରରେ ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଏହି ପୂଜାକୁ ମୁଖ୍ୟ ପୂଜକ ଉମାଶଙ୍କର ପତି ଓ ଅନ୍ୟମାନେ ନିର୍ବାହ କରୁଛନ୍ତି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଫନ୍ ଆଣ୍ଡ ଲର୍ନ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ମହାଷ୍ଟମୀ ଓ ସନ୍ଧିପୂଜା କରାଯିବ ବୋଲି ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଓ ମୁଖ୍ୟ ଉପଦେଷ୍ଟା ଶିକ୍ଷାବୀତ ନିଳମଣୀ ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି।

Next Post

କ୍ରୀଡା ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Wed Mar 25 , 2026
କେନ୍ଦ୍ରାପଡ଼ା,୨୫ା୩:କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟରେ ତିନି ବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିବା ଶାରୀରିକ ଶିକ୍ଷା ଶିକ୍ଷକ ଭରତ କୁମାର ସାହୁଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ଭାବ ବିହୋଳ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନାଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସମୀର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading