କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ ,୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ

blank
କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡ଼ା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମହା ଆଡମ୍ବରରେ ମେଲଣ ଉତ୍ସବ ଆରମ୍ଭ ହୋଇଛି। ମା’ ଲକ୍ଷ୍ମୀ ମଣ୍ଡପ ଛାଡି ମେଳଣ ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ମେଢ ମେଳଣ ପଡିଆରେ ପହଞ୍ଚି ପାରି ନଥିବାରୁ ଭୋଗଲାଗି ହୋଇ ପାରି ନାହିଁ। ମଙ୍ଗଳବାର ମା’ ଲକ୍ଷ୍ମୀ ଗୋବରୀ ନଦୀରେ ବିସର୍ଜିତ ହେବେ। ଏ ନେଇ ପୈାରସଂସ୍ଥା ପକ୍ଷରୁ ଗୋବରୀ ନଦୀ ଓ ଗୋବରୀ କେନାଲରେ ବିସର୍ଜନ ଘାଟ ପ୍ରସ୍ତୁତ କରାଯାଇଛି। ମେଢଗୁଡିକୁ ବିସର୍ଜିନ କରିବା ସମୟରେ ସୁରକ୍ଷା ବାଡ ଦିଆଯାଇଛି। ଏହାଦ୍ୱାରା କୌଣସି ଅଘଟଣ ଘଟିବାର ଆଶଙ୍କା ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

blank

କେନ୍ଦ୍ରାପଡ଼ା ସହର ଓ ଉପକଣ୍ଠ ଗ୍ରାମର ବିଭିନ୍ନ ମଣ୍ଡପରେ ମା’ଲକ୍ଷ୍ମୀ ୭ ଦିନ ପୂଜା ପାଇବା ପରେ ରବିବାର ରାତିରେ ମା’ଙ୍କ ମଣ୍ଡପରେ ବିସର୍ଜନ ନୀତି ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳୁ ୪୮ଟି ମେଢ ଭଷାଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମେ ପୁରୁଣା ବସଷ୍ଟାଣ୍ଡର ଥାନପତି ମେଢ ମଣ୍ଡପ ଛାଡି ସାହି ବସ୍ତି ବୁଲି ଭୋଗ ଖାଇଥିଲେ। ଏହାପରେ ଫେରି ପୁନର୍ବାର ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଳଣ ପଡିଆରେ ଅଧିଷ୍ଠିତ ହୋଇଥିଲେ। ପରେ ନୂଆବସଷ୍ଟାଣ୍ଡର ଥାନପତି ମେଢ, ୩ ନମ୍ବରରେ କାକଟ ମଙ୍ଗଳା ମେଢ ମେଳଣ ପଡିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

blank

ପ୍ରଶାସନିକ ବ୍ୟବସ୍ଥାର ଧର୍ମଗୁଳା ମୁତାବକ ମେଢ ଗୁଡିକ ପଛକୁ ପଛ ସହରର ପୂର୍ବ ଓ ପଶ୍ଚିମ ପଟକୁ ଶୋଭାଯାତ୍ରାରେ ମେଳଣ ପଡିଆକୁ ବାହାରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଆଡମ୍ବରପୂର୍ଣ୍ଣ ବାଜା ଓ ଆଲୋକ ସଜା ମେଢ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ବାଜା ଲାଇଟ୍ ସାଙ୍ଗକୁ ବିଭିନ୍ନ ଢଙ୍ଗର ନୃତ୍ୟଗୀତ ଭଷାଣୀ ଉତ୍ସବକୁ ରଙ୍ଗୀନ କରିଥିଲା। ଚାରିଧାମ ସିନେମାର କେରେକେରା ଗୀତ ଓ ଚାଲେଞ୍ଜ ସିନେମାର ଭାଙ୍ଗ ଗୀତର ତାଳେ ତାଳେ ପୂଜା କମିଟିର ଯୁବକମାନେ ନାଚି ମତୁଆଲା ହୋଇଥିଲେ।

blank

ଭଷାଣୀକୁ ଉପଭୋଗ କରିବା ପାଇଁ ସହରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ କୋଠା ଉପରେ ଲୋକମାନେ ଭଷାଣୀ ଶୋଭାଯାତ୍ରାକୁ ଉପଭୋଗ କରିଥିଲେ। ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ୩୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୧୫୦ରୁ ଅଧିକ ଅଧିକାରୀ ମୃତୟନ ହୋଇଥିଲେ। ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ପୋଲିସ ବାହିନୀମାନେ ସଜାଗ ରହି ଭଷାଣୀ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ଏହି ମେଲଣ ଶୋଭାଯାତ୍ରାକୁ ସୁନିୟନ୍ତ୍ରିତ କରିବାରେ କେନ୍ଦ୍ରାପଡ଼ା ଟାଉନ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଦା ପୋଷାକ ଏବଂ ବଡି କ୍ୟାମେରା ଲଗାଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଭିଡ଼ରେ ରହି ବିଶୃଙ୍ଖଳାକାରୀଙ୍କ ଉପରେ ତୀକ୍ଷ୍ମଣ ନଜର ରଖିଥିଲେ।

blankblankblank

blankblankblankblankblankblankblankblankblank

Next Post

ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବୃକ୍ଷ ରୋପଣ

Mon Oct 13 , 2025
ପଟ୍ଟାମୁଣ୍ଡାଇ ୧୩/୧୦- ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସ୍ଥାନୀୟ ଠାକୁର ଶ୍ରୀ ଶ୍ରୀ ଅନୁକୁଳ ଚନ୍ଦ୍ରଙ୍କ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ଦୁର୍ଯୋଧନ ପରିଡା, ପ୍ରଫେସର ଗୋଲକ ମହାରଣା. କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉପକାରୀ ଫଳ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading