କେନ୍ଦ୍ରାପଡାରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା,୧୮ା୪:ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀବଳଦେବଜୀଉଙ୍କ ଆସନ୍ତା ପବିତ୍ର ରଥଯାତ୍ରାକୁ ପାରମ୍ପରିକ ରୀତିନୀତି, ବିଧିବିଧାନ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଓ ନୂତନ ରଥ ନିର୍ମାଣ କରିବା ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର ସଭାପତି ଅକ୍ଷୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ବରିଷ୍ଠ ଉପଦେଷ୍ଟା ଡା. ବିଶ୍ୱପ୍ରକାଶ କାନୁନଗୋ, ସାଧାରଣ ସମ୍ପାଦକ ନରୋତ୍ତମ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ବିଗତ କିଛି ବର୍ଷ ଧରି ରଥଯାତ୍ରା ପାଳନ ଉତ୍ସବରେ ଘଟୁଥିବା କେତେକ ବିଶୃଙ୍ଖଳା, ଅନିୟମିତତା ରଥଟଣାରେ ବିଘ୍ନ ଓ ବିଭ୍ରାଟ ସହ କିଛିନା କିଛି କାରଣରୁ ଦୁଇ ତିନିଦିନ ଧରି ରଥଦାଣ୍ଡରେ ରଥ ଅଟକି ରହିବା ଇତ୍ୟାଦି ଅଘଟଣ ଅଗଣିତ ଭକ୍ତ, ଶ୍ରଦ୍ଧାଳୁ,ଦର୍ଶନାର୍ଥୀ, ସାଧାରଣ ଜନତା ଓ ବଳଦେବସେନାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଧର୍ମୀୟ ଭାବନାରେ ଭୀଷଣ ଆଘାତ ସୃଷ୍ଟି କରୁଥିବା ସମ୍ପର୍କରେ ଅବଗତ କରାଇ ଉଦବେଗ ପ୍ରକାଶ କରିଥିଲେ। ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଓ ନୂତନ ରଥ ନିର୍ମାଣ ପାଇଁ ନିକଟରେ ରାଜ୍ୟ ସରକାର ଏକ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ଆସନ୍ତା ୨୦୨୬-୨୭ ବର୍ଷ ପାଇଁ ନୂତନ ରଥରେ ରଥଯାତ୍ରା କରାଯିବାକୁ ଦାବି କରାଯାଇଛି। ଜିଲ୍ଲାପାଳ ଏଥିପ୍ରତି ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଉପସଭାପତି ପ୍ରହଲ୍ଲାଦ ମଲ୍ଲ ଓ ସୟଦ ଅକମଲ ଅଲ୍ଲୀ, ଡ. ଶରତ ଚନ୍ଦ୍ର ସ୍ୱାଇଁ, ରବିନ୍ଦ୍ରନାଥ ବାରିକ, ବିଷ୍ଣୁ ଚରଣ ପତି, ପରମାନନ୍ଦ ସେଠୀ, ନିତ୍ୟାନନ୍ଦ ସୁଆର, ଗଗନବିହାରୀ ମନ୍ତ୍ରୀ, ଅଦ୍ୱୈତ୍ୟ କୁମାର ଦାସ, ଉପେନ୍ଦ୍ର ନାଥ ପ୍ରଧାନ, ଜଗମୋହନ ହୋତା, ଶୈଳେନ୍ଦ୍ର ନାଥ ମହାନ୍ତି, ବସନ୍ତ କୁମାର ଓଝା, ଗଗନବିହାରୀ ସ୍ୱାଇଁ, କିଶୋର ଚନ୍ଦ୍ର ପରିଡା, ବୈଷ୍ଣବ ଚରଣ ପ୍ରଧାନ, ନୁରୁଲ ଅମିନ, ଘନଶ୍ୟାମ ପଣ୍ଡା, ଧିରେନ କୁମାର ରଥ, ଗୁରୁଚରଣ ସ୍ୱାଇଁ, ପବିତ୍ର ମୋହନ ପଟ୍ଟନାୟକ, ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବିଫଳତାରେ ହତୋତ୍ସାହିତ ହୋଇ ଅଟକିଯିବା ହିଁ ବଡ଼ ବିଫଳତା

Tue Apr 21 , 2026
ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରଥମ ଦିବସ ପଟ୍ଟାମୁଣ୍ଡାଇ ୨୧/୪ -ଶିକ୍ଷା ହିଁ ସମାଜର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ ବଢ଼େ। ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର । ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ସେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading