ସୁଭଦ୍ରାଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟା

blank
କେନ୍ଦ୍ରାପଡ଼ା,୨୮ା୩:କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟା ସଙ୍ଗୀତ ଓ ହାସ୍ୟର ରଙ୍ଗରେ ରଙ୍ଗିନ ହୋଇଯାଇଥିଲା। ପ୍ରସିଦ୍ଧ ଗାୟକ ସତ୍ୟଜିତ ଜେନାଙ୍କ ସୁମଧୁର ସଙ୍ଗୀତ ପ୍ରଦର୍ଶନ ସହ କମେଡି ସର୍କସ ଟିମର ଦମଦାର ହାସ୍ୟ ଉପସ୍ଥାପନା ଦର୍ଶକମାନଙ୍କୁ ମତୁଆଲା କରିଥିଲା। ଏହି ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ଡ଼. କଳ୍ପନା ମଲ୍ଲିକ ଯୋଗଦେଇଥିଲେ। ସେ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଜୋର ଦେଇ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତାକୁ ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ସୁଷମା ମହାନ୍ତି ଓ ଜିଲା୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ। ଏହା ସହିତ “ଲକ୍ଷପତି ଦିଦି” ପ୍ରୟାସ ଅଧୀନରେ ମାର୍ଶାଘାଇ ବ୍ଲକର ମହାବୀର ଉତ୍ପାଦକ ଗୋଷ୍ଠୀର ସୁଜାତା ଦାସ (ଆଚାର ପ୍ରସ୍ତୁତି) ଓ ମହାକାଳପଡ଼ା ବ୍ଲକର ମହିମା ଅଲେଖ ସ୍ୱୟଂ ସହାୟକ ଗୋଷ୍ଠୀର ଶ୍ରେୟା ପାଣି (ସିଲାଇ ୟୁନିଟ) ତାଙ୍କ ସଫଳତା କାହାଣୀ ଉପସ୍ଥାପନ କରିଥିଲେ। ଯାହା ଅନ୍ୟାନ୍ୟ ମହିଳାଙ୍କୁ ପ୍ରେରଣା ଦେଇଥିଲା। ମେଳାରେ ଦର୍ଶକମାନଙ୍କ ବିପୁଳ ଭିଡ଼ ଦେଖାଯାଇଥିଲା ଏବଂ ସମଗ୍ର ପରିବେଶ ଉତ୍ସବମୁଖର ହୋଇଯାଇଥିଲା।

Next Post

ପୁନର୍ବାସ ପକ୍ଷରୁ ସ୍ୱତନ୍ତ୍ର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରଞ୍ଚ

Sat Mar 28 , 2026
କେନ୍ଦ୍ରାପଡା ୨୮/୩ – ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ମାଧପୁରସ୍ଥିତ ଶିଶୁ ଥେରାପି କେନ୍ଦ୍ରରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସ ଏହି ଶିଶୁ ଥେରାପି କେନ୍ଦ୍ରରେ ବିବିଧ ଥେରାପି ଚିକିତ୍ସା ଗ୍ରହଣ କରୁଥିବା ସମୁଦାୟ ୨୮ ଜଣ ସ୍ୱତନ୍ତ୍ର ଶିଶୁ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧୀୟ ପରାମର୍ଶ ପ୍ରଦାନ କରିଛନ୍ତି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading