ସାତଭାୟା ଗ୍ରାମପଞ୍ଚାୟତର ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ବଗପାଟିଆରେ ଥଇଥାନ କରାନଯିବା ପ୍ରତିବାଦରେ ଅନଶନ ଧାରଣା

blank
କେନ୍ଦ୍ରାପଡ଼ା,୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଗ୍ରାମପଞ୍ଚାୟତର ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ବଗପାଟିଆ ଠାରେ ଥଇଥାନ କରାନଯିବା ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେହି ପରିବାର ଗୁଡିକ ପକ୍ଷରୁ ଅନଶନ ଧାରଣା ଦିଆଯାଇଥିଲା।

ସୂଚନା ଅନୁଯାଇ ସାତଭାୟା ଗ୍ରାମପଞ୍ଚାୟତଟି ସମୁଦ୍ର ଗର୍ଭରେ ଲୀନ ହୋଇଯିବାରୁ ସେଠାରୁ ବାସଚ୍ୟୁତ ହୋଇଥିବା ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ସରକାରଙ୍କ ଥଇଥାନ ଓ ପୁର୍ନବସତି ଯୋଜନା ଅଧିନରେ ସରକାରଙ୍କ ଦ୍ୱାରା ନିର୍ଣ୍ଣିତ ହୋଇଥିବା ବଗପାଟିଆ ଠାରେ ସେମାନଙ୍କୁ ଘରଡିହ ଜମି ଯୋଗାଇ ଦିଆଯିବା କଥା। କିନ୍ତୁ ସେମାନଙ୍କୁ ଘରଡିହ ଯୋଗାଇ ଦିଆନଯିବାରୁ ସେମାନେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା। ଶେଷରେ ସେମାନେ ବାଧ୍ୟ ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନଂ- ୨୫୦୪୧/୨୦୨୩ରେ ଏକ ରିଟ ପିଟିସନ ଦାଖଲ କରିଥିଲେ। ଉଚ୍ଚ ନ୍ୟାୟାଳୟ ସେହି ଆବେଦନର ବିଚାର କରି ଗତ ତା ୧୦.୦୮.୨୦୨୩ରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ଯେ ଆବେଦନକାରୀଙ୍କ ଆବେଦନକୁ ବିଚାର କରି ତିନିମାସ ମଧ୍ୟରେ ନିୟମ ଅନୁଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ଏହାମଧ୍ୟରେ ଏକବର୍ଷ ସାତ ମାସ ବିତିଯାଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଧାରଣାରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଏହି ଧାରଣାରେ ସସ୍ମିତା ମଳିକଙ୍କ ସମେତ ଅନ୍ୟମାନେ ବସିରହିଥିବା ଦେଖାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୈାଣସି ସରକାରୀ ଅଧିକାରୀ ଧାରଣାକାରୀମାନଙ୍କ ପାଖକୁ ଆସିନଥିବା ଜଣାପଡିଛି।

Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଗଡ଼ିଲା ଶିକ୍ଷା ସଚେତନତା ରଥ

Thu Apr 3 , 2025
ପଟ୍ଟାମୁଣ୍ଡାଇ୩-୪ -ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ଶିକ୍ଷା ସଚେତନତା ରଥ ଗଡ଼ିବା ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ,ଅତିରିକ୍ତ ଶିକ୍ଷାଧିକାରିଣୀ ପ୍ରେମବାଳା ମହାପାତ୍ର ଓ ସୁନିତି ଦାଶ, ସିଆରସିସି ମଳୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading