ପଟ୍ଟାମୁଣ୍ଡାଇ ବ୍ଲକରେ ଗଡ଼ିଲା ଶିକ୍ଷା ସଚେତନତା ରଥ

blank
ପଟ୍ଟାମୁଣ୍ଡାଇ୩-୪ -ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ଶିକ୍ଷା ସଚେତନତା ରଥ ଗଡ଼ିବା ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ,ଅତିରିକ୍ତ ଶିକ୍ଷାଧିକାରିଣୀ ପ୍ରେମବାଳା ମହାପାତ୍ର ଓ ସୁନିତି ଦାଶ, ସିଆରସିସି ମଳୟ ଜେନା ସଞ୍ଜୟ ସାହୁ, ରଞ୍ଜନ ସାହୁ ସଂଘମିତ୍ରା ନାୟକ, ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ, ସମିତି ସଭ୍ୟା ସ୍ମୃତିମୟୀ ମଲିକ,ପ୍ରଧାନ ଶିକ୍ଷକ ଦିପ୍ତିପ୍ରଭା ବାରିକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶିକ୍ଷାଧିକାରୀ ଦଳାଇ ଓ ସରପଂଚ ସେଠୀ ଏହି ରଥକୁ ପୂଜା କରି ଆନୁଷ୍ଠାନିକ ଭାବେ ଉଦଘାଟନ କଲାପରେ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ଧ୍ୱନୀ ଦ୍ୱାରା ରଥକୁ ବିଦ୍ୟାଳୟ ପରିସରରୁ ଅନ୍ୟ ଆଂଚଳିକ ସାଧନ ଅଭିମୁଖେ ଅଗ୍ରସର ହେବାକୁ ଦିଆଯାଇଥିଲା।

Next Post

ଶ୍ରୀରାମ ନବମୀ ଉପଲକ୍ଷେ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା

Fri Apr 4 , 2025
ପଟ୍ଟାମୁଣ୍ଡାଇ ୪/୪ – ଶ୍ରୀରାମ ନବମୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ହିନ୍ଦୁ ସୁରକ୍ଷା ବାହିନୀ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳର ପକ୍ଷରୁ ଶୁକ୍ରବାର ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିା ହିନ୍ଦୁତ୍ୱ ସତ୍ୟ ସନାତନ ଧର୍ମର ବାର୍ତା ନେଇ ରାମଭକ୍ତ ହନୁମାନଙ୍କର ପତାକା ଧରି ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ହଜିଯାଉଥିବା ହିନ୍ଦୁ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି କୁହାଯାଇଛି । ଏଥିରେ ଅଂଶଗ୍ରହଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading