ବେଆଇନ ବାଲି ଖନନ ଯୋଗୁଁ ଜଳସ୍ତର ହ୍ରାସ , କୃଷିକାର୍ଯ୍ୟରେ ବାଧା

blank

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବେଆଇନ ଏବଂ ଅତ୍ୟଧିକ ବାଲି ଖନନ ଯୋଗୁଁ ଜଳସ୍ତର ହ୍ରାସ ପାଇଛି । ଯାହା ଦ୍ୱାରା ପରିବେଶ ଏବଂ ଭୂତଳ ଜଳସ୍ତର ବିପଦପୂର୍ଣ୍ଣ ହେବା ସହ ଚାଷ ଓ ପାନୀୟ ଜଳକୁ ପ୍ରଭାବ ପକାଉଛି । ଯାହାକୁ ନେଇ ଲୋକେ ନାନା ହଇରାଣ ହରକତ ହେଉଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

          ପଟ୍ଟାମୁଣ୍ଡାଇ ୧୨/୩ – ଧୋୟାଂଚଳର ନଦୀ ପଠାରୁ ମେସିନ ଦ୍ୱାରା ବେଆଇନ ଖନନ ଯୋଗୁଁ ନଦୀ ଗର୍ଭରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଛି । ଫଳରେ ପାଣି ପ୍ରବାହକୁ ବାଧା ଦେଉଛି ଏବଂ ନିକଟବର୍ତୀ ଜଳଉତ୍ସ ଗୁଡ଼ିକ ଶୁଖିଯାଉଛି । ଲିପ୍ଟ ବୋରିଙ୍ଗ ପ୍ରକଳ୍ପକୁ ନଦୀ ଜଳ ପହଁଚି ପାରୁନି । କୃଷିକାର୍ଯ୍ୟ ପାଇଁ ଜଳ ପରିଚାଳନା ହୋଇନପାରି ଫସଲ ହାନୀ ଘଟୁଛି । ଏନେଇ ନଦିକୂଳିଆ ଅମୁତମଣୋହି ପଂଚାୟତବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଜିଲା ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ବାଲି ବେପାରୀଙ୍କ ମଧ୍ୟରେ ତୁତୁ ମେଁ ଲାଗି ବାହୁବାର ଅପରାଧିକ ମାମଲା ମଧ୍ୟ ଥାନାକୁ ଆସିଛିି । ଗତ ୪ /୫ ଦିନ ପୂର୍ବରୁ ଏଭଳି ଏକ ଘଟଣା ଆଦର୍ଶ ଥାନାରେ ରଫାଦଫା କରାଯାଇଥିବା ଜଣାପଡିଛିା

                 ପଟ୍ଟାମୁଣ୍ଡାଇ ଅଂଚଳରେ ପାନୀୟ ଜଳ ସମସ୍ୟା ଚିନ୍ତାର କେନ୍ଦ୍ରବିନ୍ଦୁ ପାଲଟିଛି। ନଦୀରୁ ଦୈନିକ ହାଜାର ହାଜର ଟ୍ରିପ ବାଲି ଯାଉଥିବାରୁ ନଦୀ ସିଷ୍ଟମରେ ଜଳର ପରିମାଣ ହ୍ରାସ ପାଇଛି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଲୁଥିବା ମେଗା ପାନୀୟ ଜଳ (ନଦୀ ଜଳ ବିଶୋଧନ) ପ୍ରକଳ୍ପକୁ ବିପଦର ଆଶଂଙ୍କା ସୃଷ୍ଠି ହେଉଛି । ଓଡିଶାର ଏକାଧିକ ନଦୀ ଜଳସ୍ତର ହ୍ରାସ ଏବଂ ଭୂତଳ ଜଳସ୍ତର କମିବା କାରଣରୁ ଅନେକ ମେଗା ପାନୀୟ ଜଳ ପ୍ରକଳ୍ପ ଅଧାରେ ଅଟକିଛି ।

                    ଖରାଦିନରେ ସମୁଦ୍ର ନିକଟବର୍ତ୍ତୀ ନଦୀଗୁଡ଼ିକରେ ଲୁଣା ପାଣି ପଶିବା ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଦେଉଛି । ଯାହା ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ହୋଇଥାଏ ।ଏହାଦ୍ୱାରା ଚାଷଜମି ଓ ପାନୀୟ ଜଳ ସଙ୍କଟ ସୃଷ୍ଟି କରୁଛି ।ନଦୀ କୂଳିଆ ଚାଷଜମିରେ ଲୁଣା ପାଣି ମାଡ଼ିଯିବାରୁ ଫସଲ ନଷ୍ଟ ହେଉଛି ଏବଂ ପାନୀୟ ଜଳର ଉତ୍ସଗୁଡ଼ିକ ଲୁଣିଆ ହୋଇଯାଉଛି ।ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡା ବ୍ଲକରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଥିବା ବେଳେ ସଂପ୍ରତି ବ୍ରାହ୍ମଣୀ ନଦୀ ଜଳ ଶ୍ରୀରାମପୁର ପର୍ଯ୍ୟନ୍ତ ଦୋକଷିଆ ହୋଇଯାଉଛି । ଭୂତଳ ଜଳ ଲୁଣା ହୋଇଯିବା ଯୋଗୁଁ ପାନୀୟ ଜଳ ପ୍ରକଳ୍ପ ଉପରେ ଚାପ ବଢୁଛି । ପ୍ରତିକାର ବ୍ୟବସ୍ଥା ପାଇଁ କୋଟି କୋଟି ସରକାରୀ ଅର୍ଥ ବ୍ୟୟରେ ରିଚାର୍ଜ ପିଟ୍ ପ୍ରସ୍ତୁତ ସହ ନଦୀରେ କୋଟି ଟଙ୍କା ବ୍ୟୟରେ ଅନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ କରାଯାଉଛି । ହେଲେ ଜିଲା ପ୍ରଶାସୈନୀକ ଅଧିକାରୀଙ୍କ ଦୁର୍ନୀତି ଖୋର ମନଭାବ ହେଉ କି ଦୃର ଦୃଷ୍ଠି ଅଭାବରୁ ନଦୀ ଜଳ ଶୁରଖିତ ରଖିବା ପାଇଁ ବାଲି ଉତୋଳନ ବନ୍ଦ କରାଯାଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Next Post

ଅଳପୁଆ ମଦ ଦୋକାନ ସ୍ତାନାନ୍ତର ନିମନ୍ତେ ଜିଲାପାଳଙ୍କୁ ଦାବୀ

Thu Mar 12 , 2026
ପଟ୍ଟାମୁଣ୍ଡାଇ ୧୨/୩ ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଳପୁଆ ମୁଖ୍ୟ ରାସ୍ତା କଡ଼ରେ ଥିବା ମଦ ଦୋକାନ ନେଇ ଉପୁଜିଛି ସମସ୍ୟା । ଦିନକୁ ଦିନ ଚୋରି ଡକାୟତି ପରି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ମଦ ଦୋକାନ ଅନତି ଦୂରରେ ବହୁ ଶିକ୍ଷାନୁଷ୍ଠାନ ସମେତ ଦକ୍ତରଖାନା ରହିଛି।ଏଠାରେ ମଦ ଦୋକାନ ଖୋଲାଯିବା ଫଲରେ ପ୍ରତିଦିନ ମଦୁଆମାନେ ଏହି ପରିବେଶକୁ ଦୂଷିତ କରିବା ସହ ମହିଳାମାନଙ୍କ ପ୍ରତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading