ଯୁବତୀଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ: କେନ୍ଦ୍ରାପଡ଼ା ଏସ୍‌ପି

କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି।
କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି। ଯୁବତୀ ଯେତେବେଳେ ଜଳି ଯାଇଥିଲେ, ତାଙ୍କର ବାପା କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। କିନ୍ତୁ ସେମାନେ ଶତ ଚେଷ୍ଟା କରି ମଧ୍ୟ ଯୁବତୀଙ୍କୁ ବଞ୍ଚାଇ ପାରି ନଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ପୁଲିସ କର୍ମଚାରୀ ତଥା ପଳେଇବାବୁ ଯଦି ଅଭିଯୋଗ ରଖିନଥିବେ ଏହାର ତଦନ୍ତ ହେବ। ତଦନ୍ତ ପରେ ସବୁ ସତ ପଦାକୁ ଆସିବ। ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Next Post

ପଟ୍ଟାମୁଣ୍ଡାଇ: ଛାତ୍ରୀ ଆତ୍ମଦାହ ଘଟଣା , କେନ୍ଦ୍ରାପଡ଼ାରୁ ଯାଇ କଟକରେ ବ୍ୟବଛେଦ ,ଘଟଣାସ୍ଥଳରେ କଂଗ୍ରେସ, ବିଜେପି, ବିଜେଡି ଓ ବାମପନ୍ଥୀ ଦଳ ଟିମ

Thu Aug 7 , 2025
ପଟ୍ଟାମୁଣ୍ଡାଇ ୭/୮- ରାଜ୍ୟରେ ବଢ଼ିଚାଲିଛି ଯୁବତୀ, ଛାତ୍ରୀ ଓ ମହିଳାଙ୍କ ଆତ୍ମହତ୍ୟା । ବାଲେଶ୍ୱର ଏଫଏମ କଲେଜ ଘଟଣା ଓ ପୁରୀ ବଳଙ୍ଗା ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବଡପଡାର ଛାତ୍ରୀ ବ୍ଲକମେଲିଗଂ ଶିକାର ହୋଇ ପୋଡିହୋଇ ମରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସଂଗୀତାଙ୍କ ମୃତ୍ୟୁ ରହସ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading